ବଲିଉଡ ଡ୍ରଗ୍ସ ଲିଙ୍କ ଘଟଣାରେ ଏନସିବି ସ୍କାନରରେ ଭାରତୀ ସିଂ

ମୁମ୍ବାଇ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ ଉପରେ ଚଢାଉ କରିଛି  ।  ଏଜେନ୍ସି ଆଣ୍ଡେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭା ଅଞ୍ଚଳ ସହିତ ତିନୋଟି ଭିନ୍ନ ସ୍ଥାନରେ ଚଢାଉ କରୁଛି  ।  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଡ୍ରଗ୍ସ ଲିଙ୍କ ନେଇ ଏନସିବି କାର୍ଯ୍ୟ କରୁଛି  । ତେବେ ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ନିକଟରେ ଅଭିନେତା ଅର୍ଜୁନ ରାମାପାଲଙ୍କୁ ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା ।

Leave A Reply

Your email address will not be published.