You are currently viewing ୩ ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

୩ ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ନୂଆଦିଲ୍ଲୀ, ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ବିହାରର ବିଧାନସଭା ନିର୍ବାଚନ ସମ୍ପର୍କରେ କହିଛନ୍ତି । ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ୭୧ଟି ଆସନ ପାଇଁ, ଦ୍ୱିତୀୟରେ ୧୭ଟି ଜିଲ୍ଲାରେ ୯୪ ଓ ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୭୮ଟି ଆସନ ପାଇଁ ଭୋଟିଂ ହେବ । ସେହି ସମ୍ମିଳନୀରେ ସେ କହିଛନ୍ତି ଯେ ମହାମାରୀ କରୋନା ଭିତରେ ଏହା ପ୍ରଥମ ନିର୍ବାଚନ । କିନ୍ତୁ ଅନ୍ୟପଟେ ୭୦ରୁ ଅଧିକ ଦେଶରେ କରୋନା ପାଇଁ ନିର୍ବାଚନ ଘୁଞ୍ଚାଯାଇଛି । ତେଣୁ କରୋନା ପାଇଁ ସତର୍କ ରହିବାକୁ ପଡ଼ିବ । ପୁଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇ ଗୋଟିଏ ବୁଥରେ ୧ହଜାର ଭୋଟର ଭୋଟ ଦେବେ । ଏହାସହ ନିର୍ବାଚନରେ ୪୬ଲକ୍ଷ ମାସ୍କ, ୭ଲକ୍ଷ ସାନିଟାଇଜର ଓ ୬ଲକ୍ଷ ପିପିଇ କିଟ୍ ବ୍ୟବହାର କରାଯିବ । ବିହାରରେ ୭କୋଟି ୭୯ଲକ୍ଷ ଭୋଟର ଭୋଟ ଦେବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ କରାଯିବ । ପ୍ରାର୍ଥୀମାନେ ଅନଲାଇନରେ ନାମାଙ୍କନ ଭରିପାରିବେ । ୫ରୁ ଅଧିକ ଲୋକ ଘରକୁ ଯାଇ ପ୍ରଚାର କରିପାରିବେ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।