You are currently viewing ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦି

ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦି


ଲତା ମଙ୍ଗେସ୍‌କର ୨୮ ସେପ୍ଟେମ୍ବର ୧୯୨୯ ମସିହାରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୪୨ ମସିହାରେ ପ୍ରଥମେ ଏକ ମରାଠୀ ଫିଲ୍ମ ପାଇଁ ଗୀତ ଗାଇଥିଲେ । ସେ ଏ ପର୍ଯ୍ୟନ୍ତ ୨୫,୦୦୦ରୁ ଅଧିକ ସଙ୍ଗୀତରେ ନିଜର କଣ୍ଠ ଦାନ କରିସାରିଛନ୍ତି । ଲତା ମଙ୍ଗେସ୍‌କରଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବଲିଉଡ୍ କଳାକାର ‘ଦୀର୍ଘ ଏବଂ ସୁସ୍ଥ ଜୀବନ’ ପାଇଁ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ପ୍ଳେ ବ୍ୟାକ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ୯୧ ତମ ଜନ୍ମ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଟୁଇଟ କରି କହିଛନ୍ତି ଯେ “ ସେ ସମ୍ମାନିତ ଲତା ଦିଦିଙ୍କ ସହ କଥା ହୋଇଥିଲେ ଏବଂ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ମଧ୍ୟ ପ୍ରାର୍ଥନା କରିଛି । ଲତା ଦିଦି ସମଗ୍ର ଦେଶରେ ବେଶ୍ ଲୋକପ୍ରିୟ । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ମୁଁ ସର୍ବଦା ତାଙ୍କ ସ୍ନେହ ଏବଂ ଆଶୀର୍ବାଦ ପାଇଛି ।”


ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଟୁଇଟ କରି ଲତା ମଙ୍ଗେସ୍‌କରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଓଡିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଲତା ମଙ୍ଗେସ୍‌କରଙ୍କୁ ଜନ୍ମଦିର ଶୁଭକାମନା ଦେବା ସହ ଓଡିଶାର ପୁରୀ ବେଳାଭୂମିରେ ଏକ ସ୍ୟାଣ୍ଡ ଆର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।