You are currently viewing ଦେଶରେ 4 ଲକ୍ଷ ପାର କଲା ଦୈନିକ ସଂକ୍ରମଣ

ଦେଶରେ 4 ଲକ୍ଷ ପାର କଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ-01.05.2021, ଦେଶରେ ସର୍ବାଧିକ ରେକର୍ଡ କଲା ଦୈନିକ ସଂକ୍ରମଣ । ଦେଶରେ ଦିନକରେ 4 ଲକ୍ଷ 1 ହଜାର 993 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 91 ଲକ୍ଷ 64 ହଜାର 969 କୁ ବୃଦ୍ଧି ପାଇଛି । ଦେଶରେ 24 ଘଣ୍ଟାରେ କୋରୋନା ନେଲା 3523 ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 11ହଜାର 853 କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- 32,68,710, ସୁସ୍ଥ ସଂଖ୍ୟା 1,56,84,406 ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।