You are currently viewing ଦେଶରେ ୪୪୨ ଜଣଙ୍କ ଜୀବନ ନେଲା କରୋନା

ଦେଶରେ ୪୪୨ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ-୧୨.୦୧.୨୦୨୨, ଦେଶରେ ଆଜି ୧ ଲକ୍ଷ ୯୪ ହଜାର ୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଦେଶରେ ଦୈନିକ ସଂକ୍ରମଣ ହାର ୧୧ ଦଶମିକ ୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୪ ହଜାର ୬୫୫ରେ ପହଞ୍ଚିଛି । ଦେଶରେ ମୋଟ ସୁସ୍ଥ ସଂଖ୍ୟା  ୩କୋଟି ୪୬ ଲକ୍ଷ ୩୦ହଜାର ୫୩୬, ସକ୍ରିୟ ମାମଲା ୯ଲକ୍ଷ ୫୫ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୬୮ରେ ପହଂଚିଛି । ମହାରାଷ୍ଟ୍ର ଓ ରାଜସ୍ଥାନରେ ସବୁଠାରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, କେରଳ, ଗୁଜରାଟ ଭଳି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।