You are currently viewing ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଆମ ରାଜ୍ୟ ସାମିଲ ଅଛି କି ନାହିଁ ଦେଖନ୍ତୁ…

ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଆମ ରାଜ୍ୟ ସାମିଲ ଅଛି କି ନାହିଁ ଦେଖନ୍ତୁ…

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏକ ରିପୋର୍ଟ ଦେଇଛି । ରିପୋର୍ଟ ମୂତାବକ ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସମେତ ମୃତୁହାର ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି ।

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୬୮,୮୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାସହିତ କରୋନା ଜନିତ ନୂଆ ମୃତ୍ୟୁ ସଂଖ୍ୟା ମଧ୍ୟ ୯୮୩ । ଦେଶର ୫ଟି ରାଜ୍ୟରେ ଉଭୟ କରୋନା ସଂକ୍ରମିତ ଓ ମୃତ୍ୟୁ ହାର ବୃଦ୍ଧି ହେବାରେ ଲାଗିଛି । ସେଗୁଡ଼ିକ ହେଲା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶ ।

ଏହିସବୁ ରାଜ୍ୟ ଏବେ ଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ ଏହି ରାଜ୍ୟରୁ ୬୧ ପ୍ରତିଶତ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବାବେଳେ, ୭୫ ପ୍ରତିଶତ ମୃତ୍ୟୁ ସଂଖ୍ୟା ନଜରକୁ ଆସିଛି । ତେଣୁ ଏହି ଅଞ୍ଚଳର ଲୋକମାନଙ୍କୁ ଆହୁରି ସତର୍କ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।