ଲିସବନ୍: ପିଫାଇଜର ଟୀକା ନେବାର କିଛି ସମୟ ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପର୍ତ୍ତୁଗାଲରେ । ସ୍ୱାସ୍ଥ୍ୟକର୍ମୀ ଜଣକ ହେଉଛନ୍ତି ୪୧ ବର୍ଷୀୟ ସୋନିଆ ଆସେଭେଡୋ । ସେ ବିବାହିତା ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତିି । ଟୀକା ନେବା ପରେ କୌଣସି ପାଶ୍ୱପ୍ରତିକ୍ରିୟା ଦେଖା ଯାଇନଥିଲେ ହେଁ ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପିତାଙ୍କ କହିବା ଅନୁଯାୟୀ, ସୋନିଆଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା ଏବଂ ତାଙ୍କ ପାଖେ କରୋନାର କୌଣସି ଲକ୍ଷଣ ମଧ୍ୟ ନଥିଲା ।
ପର୍ତ୍ତୁଗାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଙ୍କୋଲୋଜି ପକ୍ଷରୁ କୁହାଯାଇଛି ଯେ, ସୋନିଆଙ୍କୁ ୩୦ ଡିସେମ୍ବରରେ ଏହି ଟିକା ଦିଆଯାଇଥିଲା ଓ ସେ ୧ ଜାନୁଆରୀରେ ହଠାତ୍ ମୃତ୍ୟୁ ବରଣ କରିଥିଲେ । ସୋନିଆ ଟୀକା ନେବା ପରେ ତାଙ୍କ ପାଖରେ କୌଣସି ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଯଦିଓ ସେ ସୁସ୍ଥ ଥିଲେ କିନ୍ତୁ ଆମେରିକୀୟ କମ୍ପାନୀ ପିଫାଇଜରର କରୋନା ଟୀକା ପାଶ୍ୱପ୍ରତିକ୍ରିୟା ଦେଖାଇଛି । ଏହାର ପାଶ୍ୱପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥବା କୁହାଯାଇଛି । ଏଯାବତ୍ ଏହି ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ୪ ଜଣଙ୍କଠାରେ ଦେଖାଯାଇଥିବା ଜାଣିବାକୁ ମିଳିଛି।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ