You are currently viewing BYJU ର ସିଇଓଙ୍କ ଘର ଏବଂ ଅଫିସରେ ଇଡିର ଚଢାଉ

BYJU ର ସିଇଓଙ୍କ ଘର ଏବଂ ଅଫିସରେ ଇଡିର ଚଢାଉ

ନୂଆଦିଲ୍ଲୀ (29.4.23):BYJUର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଏବଂ ଅଫିସରେ ଚଢାଉ କରିଛି ଇଡି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତାଙ୍କ ଅଫିସ ଏବଂ ଘରୁ ଆପତ୍ତିଜନକ ଦସ୍ତାବିଜ ସହିତ ଡିଜିଟାଲ ଡାଟା ଜବତ କରାଯାଇଛି ।ଫେମା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଇଡି ବେଙ୍ଗାଲୁରୁ ସ୍ଥିତ ବାୟଜୁସ୍ ଅଫିସରେ ଚଢ଼ାଉ କରିଥିଲା । ରବୀନ୍ଦ୍ରନ ବାଇଜୁ ଓ ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆକ୍ଟ ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ ଅଭିଯୋଗ ଆସିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।