ଆମେରିକାର ଆମାଜନ୍ ନଦୀରେ ମିଳୁଥିବା ଏକ ପ୍ରଜାତିର କ୍ୟାଟ୍ଫିସ୍ ଗଙ୍ଗା ନଦୀରେ ଦେଖିବାକୁ ମିଳିଛି । ଏହାର ନାମ ହେଇଛି ସକରମାଉଥ । ଏହି କ୍ୟାଟଫିସ୍ ଗଙ୍ଗା ନଦୀରେ ଦେଖିବାକୁ ମିଳିବା ପରେ ବିଏଚ୍ୟୁ ର ପ୍ରଣୀବିଜ୍ଞାନୀ ମାନେ ଚିନ୍ତାରେ ପଡିଯାଇଛନ୍ତି । ଏହି ମାସରେ ଗଙ୍ଗା ନଦୀରେ ଦ୍ୱିତୀୟ ଥର ପାଇଁ କ୍ୟାଟଫିସ୍ ଦେଖିବାକୁ ମିଳିଛି । ସକରମାଉଥ କ୍ୟାଟଫିସ୍ର ଆବିଷ୍କାର ପରେ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଯାଇଛି । କାରଣ ଏହି କ୍ୟାଟ୍ଫିସ୍ ଗଙ୍ଗା ନଦୀର ପରିବେଶ ପାଇଁ ଅତ୍ୟନ୍ତ ବିପଦ୍ଦଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି । ୨୪ ସେପ୍ଟେମ୍ବରରେ କାଶିର ଦକ୍ଷିଣରେ ରମନା ଗ୍ରାମର ନିକଟ ଗଙ୍ଗାରେ ଦେଖିବାକୁ ମିଳିଥିଲା । ଏହି ମାଛ ଧୀବରଙ୍କ ଜାଲରୁ ମିଳିଥିଲା । ଏହି ଅଜବ ମାଛକୁ ଦେଖି ସେମାନେ ଗଙ୍ଗା ପ୍ରହରୀ ଦର୍ଶନ ନିଶାଦକୁ ଜଣାଇଥିଲେ । ସେମାନେ ଏହାକୁ ବିଏଚ୍ୟୁର ପ୍ରାଣୀବିଜ୍ଞାନୀଙ୍କ ନିକଟକୁ ଜୀବନ୍ତ ଅବସ୍ଥାରେ ନେଇଯାଇଥିଲେ । ସୂଚନାରୁ ଜଣାପଡିଛି ଯେ ଏହି ମାସର ୩ ତାରିଖରେ ଗଙ୍ଗା ନଦୀର ସୁଜାବାଦ ନିକଟରେ ଏକ ସୁବର୍ଣ୍ଣ ରଙ୍ଗର କ୍ୟାଟଫିସ୍ ମିଳିଥିଲା । ପ୍ରାଣୀ ବିଜ୍ଞାନୀ କହିଛନ୍ତି ଯେ, ଜଳବାୟୁ ପରିବେଶରେ ଭୟଙ୍କର ଅସନ୍ତୁଳନ ହେଉଛି ଏହାର କାରଣ । ଏହି କ୍ୟାଟଫିସ୍ କେବଳ ଛୋଟ ମାଛଙ୍କୁ ନୁହେଁ ବରଂ ଅନ୍ୟ ଜଳଜୀବଙ୍କୁ ଖାଇଦେଇଥାଏ ।

ଗଙ୍ଗାରୁ ମିଳିଲା କ୍ୟାଟ୍ଫିସ୍….ସକରମାଉଥ!
- Post published:September 28, 2020
- Post category:ଦେଶ-ବିଦେଶ
- Reading time:1 mins read