You are currently viewing ଗିରଫ ହେଲେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ସଦସ୍ୟ

ଗିରଫ ହେଲେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ସଦସ୍ୟ

ମୁମ୍ବାଇ(୧୧.୧୦.୨୨) : ବନ୍ଧା ହେଲେ ପଳାତକ ଡନ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ୫ ଜଣ ସଦସ୍ୟ । ଜୋରଜବରଦସ୍ତି ବଟି ଆଦାୟ ମାମଲାରେ ମୁମ୍ବାଇ ପୋଲିସ ଏହି ୫ ଜଣକୁ ଆଜି ଗିରଫ କରିଛି । ଗରଫଙ୍କ ମଧ୍ୟରେ ଅଜୟ ଗାଣ୍ଡା, ପରୋଜ ଚମଦା, ସମୀର ଖାନ, ପାପା ପଠାନ ଓ ଅମଜଦ ରେଡକର ଅଛନ୍ତି । ଏମାନେ ଗତ ମାସ ଗିରଫ ହୋଇଥିବା ରିଆଜ ଭଟ୍ଟଙ୍କ ସହି ମିଶି ଏମାନେ ମୁମ୍ବାଇର ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ଦିନ ପଶ୍ଚିମ ଓ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରୁ ଏହି ୫ ଜଣଙ୍କୁ ପୋଲିସ ଗିରଫ କରିଛି ।

ଏହା ପୂର୍ବରୁ ମୁମ୍ବାଇ ପୋଲିସ ସଲିିମ କୁରେଶି ଓରଫ ସଲିମ ଫୁଟ, ଗ୍ୟାଙ୍ଗଷ୍ଟର ଛୋଟା ଶକିଲର ଭିଣେଇ ତଥା ବ୍ୟବସାୟୀ ରିୟାଦ ଭାଟିଙ୍କୁ ଦାଦାବଟି ଆଦାୟ ମାମଲାରେ ଗିରଫ କରିଥିଲା । ଏମାନଙ୍କ ବିରୋଧରେ ପୋଲିସ ମକୋକା ଆକ୍ଟରେ ପୋଲିସ ମାମଲା ରୁଜୁ କରିଥିଲା । ଏମାନେ ଏକ ବ୍ୟବସାୟୀଙ୍କୁ ଧମକ ଦେଇ ୩୦ ଲକ୍ଷ ଟଙ୍କାର କାର ଓ ନଗଦ ୭.୫ ଲକ୍ଷ ଟଙ୍କା ମାଗିଥିଲେ । ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଆତଙ୍କବାଦୀ କାର୍ଯ୍ୟକଳାପ ରେ ସହାୟତା କରିବା ଅଭିଯୋଗାରେ ସଲିମ ଏନଆଇଏ ଗିରଫ କରିଥିବା ବେଳେ ପଚରା ଉଚରା ପାଇଁ ରିମାଣ୍ଡରେ ନେଇଥିଲଶ ଏଇସି ।

ଅନ୍ୟମାନଙ୍କୁ ଜଣାନ୍ତୁ।