You are currently viewing ଉତ୍ତରାଖଣ୍ଡ ଜୋଶୀମଠର ଏହି କୁଣ୍ଡରୁ ବାହାରୁଥିଲା ଗରମ ପାଣି, ଆଉ ଏବେ…

ଉତ୍ତରାଖଣ୍ଡ ଜୋଶୀମଠର ଏହି କୁଣ୍ଡରୁ ବାହାରୁଥିଲା ଗରମ ପାଣି, ଆଉ ଏବେ…

ପାଣିପାଗର ପରିବର୍ତ୍ତନ ସହ ଉତ୍ତରାଖଣ୍ଡର ଯୋଶୀମଠରେ ପରିବେଶରେ ଏକ ବଡ ପରିବତ୍ତ୍‌ର୍ନ ଦେଖିବାକୁ ମିଳିଛି । ଯେଉଁଠାରେ ବହୁଥିବା ଗରମ ପାଣି ପୁରାପୂରି ଭାବେ ବିଲୁପ୍ତ ହୋଇଆସିଲାଣି । ଗରମ ଜଳର ଏହି ପୁଷ୍କରିଣୀରେ କେବଳ ବାଷ୍ପ ଦୃଶ୍ୟମାନ ହେଉଛି । ଚମୋଲି ଠାରେ ଥିବା ଯୋଶୀମଠାରୁ ୧୮କିଲୋମିଟର ଦୂର ତପୋବନ ନିକଟ ସଲଧରରେ ବର୍ଷ ବର୍ଷ ଧରି ଅବସ୍ଥିତ ପ୍ରାକୃତିକ ଜଳର ଉତ୍ସ ସଂମ୍ପୂର୍ଣ୍ଣ ଶୁଖି ଗଲାଣି ।

ଏହାକୁ ଦେଖିଆସୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏଥିରେ ଏତେ ବଡ ପରିବର୍ତ୍ତନ କିପରି ହୋଇଛି? ସେଠାକୁ ଆଗରୁ ଯାଇଥିବା ଲୋକ କୁହନ୍ତି ଯେ, ଆଗରୁ ସେଠାରେ ଦୁଇ ପାଶ୍ୱର୍ରେ ଗରମ ଜଳ ପ୍ରବାହିତ ହୋଉଥିଲା ଏବଂ ପାଣି ଫୁଟୁଥିବାର ଦେଖିବାକୁ ମିଳୁଥିଲା ।

ସେଠାରୁ ମୁଲତାନୀ ମାଟିକୁ ନେଇ ଲୋକ ମାନେ ଅଣ୍ଡା ସିଝଉଥିଲେ ଭାତ ରୋଷେଇ କରୁଥିଲେ । କିନ୍ତୁ ଏହା ଏବେ ଦେଖିବାକୁ ମିଳୁନାହିଁ । ପରିବେଶ ପରିବତ୍ତ୍‌ର୍ନ ଯୋଗୁଁ ଏପରି ହେଇଛି ବୋଲି କୁହାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।