You are currently viewing ଯେ ପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, ସେପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ- ସ୍ୱାସ୍ଥ୍ୟମନ୍ତ୍ରୀ

ଯେ ପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, ସେପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ- ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ଦିଲ୍ଲୀରେ ଦିନକୁ ଦିନ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଦିଲ୍ଲୀର ଅବସ୍ଥା ଖରାପ ଦିଗକୁ ମୁହାଁଇଲାଣି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବାର କୌଣସି ଯୋଜନା ନାହିଁ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଟୀକା ନ ଆସିଛି ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ଯୋଜନା କରି ନାହୁଁ । ସେ କହିଛନ୍ତି ଯେ ବର୍ତ୍ତମାନ ସ୍କୁଲ ଖୋଲିବା ନିଷ୍ପତି ଆହୁରି ବିଳମ୍ୱ ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।