You are currently viewing ଚଳିତ ବର୍ଷ ଅଧିକ ଦିନ ରହିବ ହିଟୱେଭ

ଚଳିତ ବର୍ଷ ଅଧିକ ଦିନ ରହିବ ହିଟୱେଭ

ନୂଆଦିଲ୍ଲୀ, ଏବେଠାରୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଲାଣି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବ । ମାର୍ଚ୍ଚରୁ ମେ’ ତିନି ମାସ ପ୍ରବଳ ଟାଣ ଖରା ହେବ ଏବଂ ପୂର୍ବାପେକ୍ଷା ଚଳିତ ବର୍ଷ ଅଧିକ ଦିନ ହିଟ ୱେଭ ରହିବ । ସାଧାରଣତଃ ମାର୍ଚ୍ଚରୁ ମେ ଭିତରେ ୫ରୁ ୭ ଦିନ ପାଇଁ ହିଟୱେଭ ରହିଥାଏ । କିନ୍ତୁ ଚଳିତ ବର୍ଷ ଅଧିକ ଦିନ ହିଟୱେଭ ରହିବ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ବିଶେଷ କରି ଉତ୍ତର ଭାରତରେ ପ୍ରବଳ ଗରମ ହେବ । ଏହା ସହ ପଂଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ମଧ୍ୟପ୍ରଦେଶରେ ମଧ୍ୟ ଅଗ୍ନିବର୍ଷା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।