You are currently viewing କରୋନା ଓ ବନ୍ୟା ପାଇଁ ବଢ଼ିପାରେ ଚା’ର ମୂଲ୍ୟ!

କରୋନା ଓ ବନ୍ୟା ପାଇଁ ବଢ଼ିପାରେ ଚା’ର ମୂଲ୍ୟ!

ନୂଆଦିଲ୍ଲୀ, ଆଗାମୀ ଦିନରେ ଦେଶରେ ବଢ଼ିପାରେ ଚା’ପତିର ମୂଲ୍ୟ । ଦୋକାନ କିମ୍ବା କାଫେରୁ ଚା’ ପିଉଥିବା ଲୋକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଅର୍ଥ । ଲକଡାଉନ୍ କାରଣରୁ ଦେଶରେ ଚା’ ଉତ୍ପାଦନ ହ୍ରାସ ପାଇଛି । ଜାନୁଆରୀ ଠାରୁ ଆରମ୍ଭ କରି ଜୁନ୍ ପର୍ଯ୍ୟନ୍ତ ଚା’ ଉତ୍ପାଦନ ସଠିକ୍ ଭାବରେ ହୋଇନଥିବାବେଳେ, ଆସାମରେ ବନ୍ୟା କାରଣରୁ ନଷ୍ଟ ହୋଇଯାଇଛି ଚା’ ଫସଲ ।

ଅନେକ ସ୍ଥାନରେ ଭଲ ଫସଲ ମଧ୍ୟ ହୋଇନାହିଁ । ଆସମରେ ମେ ମାସଠାରୁ ଆରମ୍ଭ କରି ଜୁଲାଇ ପର୍ଯ୍ୟନ୍ତ ଅତ୍ୟଧିକ ବର୍ଷା କାରଣରୁ ଚା’ ଉତ୍ପାଦନ ପ୍ରଭାବିତ ହୋଇଛି । କେତେକ ଚା’ କମ୍ପାନୀମାନଙ୍କ ପାଖରେ ପତିରୁ ଦାନା ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ ମଧ୍ୟ ନାହିଁ । ଭାରତରେ ଆସାମରୁ ୫୦ପ୍ରତିଶତ ଚା’ ଉତ୍ପାଦନ ହୋଇଥାଏ । ଜୁଲାଇ ମାସରେ ଚା’ ଉତ୍ପାଦନ ଭଲ ଏବଂ ଉଚ୍ଚକୋଟିର ହୋଇଥାଏ ।

କିନ୍ତୁ ଚଳିତ ବର୍ଷ ଏହି ମାସରେ ଆସମରେ ବନ୍ୟା ଅନୁଭୂତ ହେବାରୁ ଚା’ ଉତ୍ପାଦନ ବେଶ ପ୍ରଭାବିତ ହୋଇଛି । ତେଣୁ ଚଳିତ ବର୍ଷ ଆସାମରୁ ମାତ୍ର ୧୩୨.୮ହଜାର ଟନ ଚା’ ଉତ୍ପାଦନ ହୋଇପାରିଛି । ଉତ୍ପାଦନ ପ୍ରଭାବିତ ହୋଇଥିବା କାରଣରୁ ଆସନ୍ତା କିଛି ମାସ ମଧ୍ୟରେ ଚା’ର ମୂଲ୍ୟ ବୃଦ୍ଧି ପାଇବା ସହ, ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବାରେ ବୋଲି ଜାଣିବାକୁ ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।