You are currently viewing ‘ଅଟଳ ଟନେଲ’ ହିମାଚଳରେ ଲୋକାର୍ପିତ

‘ଅଟଳ ଟନେଲ’ ହିମାଚଳରେ ଲୋକାର୍ପିତ

ନୂଆଦିଲ୍ଲୀ, ହିମାଚଳ ପ୍ରଦେଶରେ ଆଜି ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରାୟ ୧୦ ହଜାର ଫୁଟ ଉପରେ ନିର୍ମିତ ହୋଇଛି ଏହି ଟନେଲ । ଟନେଲ ନିର୍ମାଣ ଦ୍ୱାରା ଏଲଏସି ପର୍ଯ୍ୟନ୍ତ ଯିବା ଆହୁରି ସହଜ ହୋଇଛି । ଏହା ଯୋଗୁଁ ମନାଲୀ ଓ ଲେହ ମଧ୍ୟରେ ୪୮ କିଲୋମିଟରର ରାସ୍ତା ହ୍ରାସ ପାଇବ । ୧୦ ବର୍ଷ ଭିତରେ ଏହି ଅଟଳ ଟନେଲ ପ୍ରସ୍ତୁତ ହୋଇଛି । ତେବେ ଏହି ଅଟଳ ଟନେଲ ହିମାଚଳର ରୋହତାଙ୍ଗରେ ରହିଛି । ଏହା ବିଶ୍ୱର ଦୀର୍ଘ  ହାଇୱେ ଟନେଲ ଭାବେ ଗଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।