ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି

ଜୟପୁର(୩.୧୦.୨୨) : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର ଏଲସିଏଚକୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି । ଏହି ଲଢୁଆ ବିମାନର ନାଁ ରହିଛି ପ୍ରଚଣ୍ଡ । ଏହାକୁ ସେପା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲା ଠାରେ ମୃତୟନ କରାଯିବ । ରାଜସ୍ଥାନ ଜୋଧପୁରରେ ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜନାଥ ସିଂହ ଏହାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରରେ ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ଭିଆର ଚୌଧୁରୀ ଉପସ୍ଥିତ ଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି। ରାଜନାଥ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଆକ୍ରଣାତ୍ମକ ହେଲି କପ୍ଟରରର ଆବଶ୍ୟକତା ଥିଲା। ବିଶେଷ କରି ୧୯୯୯ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଏହାର ଯଥେଷ୍ଟ ଆବଶ୍ୟକ ଥିବା ଅନୁଭବ ହୋଇଥିଲା। ଯେଉଁ ଆବଶ୍ୟକ ଏବେ ପୂରଣ ହୋଇପାରିଛି। ଏହି ଲଢ଼ୁଆ ବିମାନକୁ ନିର୍ମାଣ ପାଇଁ ଦୁଇ ଦଶନ୍ଧି ଲାଗିଥିଲା। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ତଥା ବାୟୁ ସେନା ପାଇଁ ଏହା ଏକ ମାଇଲଷ୍ଟୋନ୍ ବୋଲି ରାଜନାଥ କହିଛନ୍ତି। ଶତ୍ରୁକୁ ମାତ ଦେବାକୁ ଏହି ଲଢ଼ୁଆ ବିମାନ ବେଶ ପରାକ୍ରମୀ। ଏହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତୁରନ୍ତ ଏହି ବିମାନ ଡେଲିଭରି କରିପାରିବ। ଭାରତୀୟ ବାୟୁ ସେନା ପାଇଁ ଆଜି ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ରାଜସ୍ଥାନର ଲଙ୍ଗେୱାଲାଠାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାକୁ ମୁହଁତୋଡ ଜବାବ ଦେଇଥିଲା ।

Leave A Reply

Your email address will not be published.