You are currently viewing ଗ୍ରାମାଞ୍ଚଳରେ ବଢ଼ିଲା ବେକାରୀ ସମସ୍ୟା; ସିଏମ୍‌ଆଇଇ ତଥ୍ୟ

ଗ୍ରାମାଞ୍ଚଳରେ ବଢ଼ିଲା ବେକାରୀ ସମସ୍ୟା; ସିଏମ୍‌ଆଇଇ ତଥ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଦେଶରେ ବେକାରୀ ସ୍ଥିତିରେ ଅବନତି ହୋଇଛି। ବେକାରି ହାର ୧୦.୦୫ ପ୍ରତିଶତକୁ ବୃଦ୍ଧି ପାଇଛି।  ଯାହା ସେପ୍ଟେମ୍ବରରେ ୭.୦୯ ପ୍ରତିଶତ ଥିଲା। ବର୍ତ୍ତମାନର ବେକାରୀ ସ୍ଥିତି ଗତ ଦୁଇ ବର୍ଷରେ ସବୁଠୁ ଖରାପ ସ୍ତରରେ ରହିଛି ବୋଲି ସିଏମ୍‌ଆଇଇ ତଥ୍ୟ ଦେଇଛି।

ସିଏମ୍‌ଆଇଇ (ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି) ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ବେକାରୀ ହାରର ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୧୦.୮୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ସେପ୍ଟେମ୍ବରରେ ୬.୨ ପ୍ରତିଶତ ଥିଲା। ସେହି ସମୟରେ ସହରାଞ୍ଚଳରେ ବେକାରୀ ହାର ୮.୪୪ ପ୍ରତିଶତ ହୋଇଛି।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ଗତ ପାଞ୍ଚ ବର୍ଷ ଭିତରେ ସବୁଠୁ ଦୁର୍ବଳ ହୋଇଥିବାରୁ ଫସଲ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। କିନ୍ତୁ ସହରାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଜୋରସୋରରେ ଆଗେଇ ଚାଲିଥିବାରୁ ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।