ବିିବାହ କାର୍ଯ୍ୟକ୍ରମରେ ୨୦୦ ପରିବର୍ତ୍ତେ ଯୋଗଦେବେ ୫୦

ନୂଆଦିଲ୍ଲୀ, ଦିଲ୍ଲୀରେ କରୋନା ଏକ ବିପଜ୍ଜନକ ଆଭିମୁଖ୍ୟ ଗ୍ରହଣ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପ୍ରତି ଘଣ୍ଟାରେ ଚାରି ଜଣ ଲୋକ ଜୀବନ ହରାଉଛନ୍ତି ଜ୍ଝ କରୋନା ଅବସ୍ଥା ବିଗିଡିବା ଦେଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବିବାହ ସମାରୋହରେ ମିଳିଥିବା ରିହାତିକୁ ପ୍ରତ୍ୟାହାର କରାଯାଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ବିବାହ ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି ଦେବା ଆଦେଶକୁ ପ୍ରତ୍ୟାହାର କରାଯାଇଛି । ବର୍ତ୍ତମାନ କେବଳ ୫୦ ଜଣଙ୍କୁ ବିବାହରେ ଯୋଗ ଦେବାକୁ ଅନୁମତି ଦିଆଯିବ । କରୋନାର ଅବସ୍ଥା ସ୍ୱାଭାବିକ ଥିଲାବେଳେ ୫୦ ରୁ ୨୦୦ କୁ ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ପ୍ରତ୍ୟାହାର କରି ନିଆଯାଇଛି ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବଜାର ଅଞ୍ଚଳରେ ତାଲା ପକାଇବା ପାଇଁ ଦିଲ୍ଲୀ ସରକାରଙ୍କୁ କ୍ଷମତା ପ୍ରଦାନ କରିବାକୁ ଆମେ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଉଛୁ ।
କେଜ୍ରିୱାଲ ମଧ୍ୟ ଦିଲ୍ଲୀର ଲୋକଙ୍କୁ “ଏଭଳି କଠିନ ସମୟରେ ସାହାଯ୍ୟ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମାନଦଣ୍ଡ ପାଳନ କରିବା ପାଇଁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି।”

Leave A Reply

Your email address will not be published.