You are currently viewing ଜାପାନ ଦେବ ଚୀନକୁ ଝଟ୍‌କା

ଜାପାନ ଦେବ ଚୀନକୁ ଝଟ୍‌କା

ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ନିନ୍ଦିତ ହୋଇଥିବା ଚୀନ ଏବେ ଗୋଟିଏ ପରେ ଗୋଟିଏ ଦେଶର ବିଶ୍ୱାସ ହରାଉଛି । ଭାରତ ସହ ଚୀନର ଷଡ଼ଯନ୍ତ୍ରକାରୀ ଆକ୍ରମଣ ସମ୍ପର୍କରେ ସମସ୍ତ ରାଷ୍ଟ୍ର ଅବଗତ ହୋଇସାରିଲାପରେ, ଧିରେଧିରେ ଅନେକ ରାଷ୍ଟ୍ର ଚୀନ ଆଡ଼ୁ ମୁହଁ ଫେରାଇବା ଆରମ୍ଭ କଲେଣି । ଏବେ ଦକ୍ଷିଣ ଚୀନ ସାଗରେ ଚୀନକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମଗ୍ର ବିଶ୍ୱ ପାଇଁ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଶର ଘରୋଇ କ୍ଷେତ୍ରରେ ଯେଭଳି ଯୋଗାଣ ବ୍ୟବସ୍ଥାରେ କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଜାପାନ, ଚୀନରେ କାର୍ଯ୍ୟରତ ଥିବା ତାର ସମସ୍ତ କମ୍ପାନୀକୁ ସ୍ୱଦେଶ ଫେରିଆସିବାକୁ କହିଛି । ଏହା ପୂର୍ବରୁ ଭାରତ ଚାଇନାର ଆପ ଗୁଡ଼ିକୁ ନିଜ ଦେଶରେ ବ୍ୟାନ କରିବା ଫଳରେ ଚାଇନାକୁ ଶକ୍ତ ଧକ୍କା ଲାଗିଥିଲା । ଏବେ ଜାପାନର ଏପରି ନିଷ୍ପତ୍ତି ଚାଇନା ପାଇଁ ମୁଣ୍ଡବ୍ୟବଥାର କାରଣ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।