boat-Nigeria

ଉତ୍ତର ନାଇଜେରିଆରେ ବୁଡ଼ିଲା ଡଙ୍ଗା, ୧୭ମୃତ ୭୦ରୁ ଅଧିକ ନିଖୋଜ

ପୁଣି ଡଙ୍ଗା ବୁଡ଼ି ଘଟଣା । ସୂଚନାଯୋଗ୍ୟ ଗତକାଲି ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ଖବର ମିଳିଛି । ଜାତୀୟ ଜରୁରୀକାଳୀନ ସେବା କହିବା ମୁତାବକ, ଏହି ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିବାବେଳେ, ନାଇଜେରିଆର ବୃହତ୍ତମ ବେନୁ ନଦୀରେ ବୁଡ଼ି ଯାଇଥିଲା ।

ଡଙ୍ଗାରେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଅଧିକାରୀମାନେ ଖୋଜୁଥିବା ତାରବା ପୋଲିସ ମୁଖପାତ୍ର ଉସମାନ ଅବଦୁଲ୍ଲା କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।