You are currently viewing ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ

ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ

ମସ୍କୋ (୧୦.୧୧.୨୨) : ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ମାସ ହେବ ଯୁଦ୍ଧ ଲାଗିରହିଛି । ଏବେ ଏଥିରେ ଆସିଛି ନୂଆ ଟ୍ୱୁଷ୍ଟ । ରୁଷ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ହମଲା କରୁଥିଲେ ହେଁ ଏଯାଏ ଆଖିଦୃଶିଆ ସଫଳତା ପାଇ ନାହିଁ । ଅବଶ୍ୟ ୟୁକ୍ରେନର କିଛି ଅଞ୍ଚଳ ରୁଷ ଦଖଳ କରିନେଇଛି । ଏହା ଭିତରେ ବଡ ଘୋଷଣା କରିଛି ରୁଷ । ୟୁକ୍ରେନ ଖେରସନରେ ଥିବା ଡନିପ୍ରୋ ନଦୀର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି ରୁଷ । ଏହି ଅଞ୍ଚଳକୁ ରୁଷ ସେନା କବଜା କରି ରଖିଥିବା ବେଳେ ହଠାତ୍ ମସ୍କୋର ଏପରି ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ୟୁକ୍ରେନ ସେନାର କଡା ଜବାବ ଯୋଗୁଁ ରୁଷ ଏଠାରେ ବ୍ୟାପକ କ୍ଷତି ସହୁଛି । ତେଣୁ ସେନା ଯବାନଙ୍କ ସୁରକ୍ଷା ପାଇଁ ରୁଷ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଖେରସନରୁ ସେନା ପ୍ରତ୍ୟାହାର ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।