ନୂଆଦିଲ୍ଲୀ(୭.୧୦.୨୨) : ରାଷ୍ଟ୍ରପତି ମୁର୍ମୁଙ୍କ ସଂମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଅଡୁଆରେ । ଜାତୀୟ ମହିଳା କମିଶନ ଏଥିଲାଗି ଉଦିତ ରାଜଙ୍କୁ ନୋଟିସ ଜାରି କରିଛନ୍ତି । ଏନେଇ ଜବାବ ରଖିବାକୁ ଉଦିତ ରାଜଙ୍କୁ ଏଥିରେ କୁହାଯାଇଛି। ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷଣକୁ ନେଇ ଉଦିତ ରାଜ ଟ୍ୱିଟ୍ କରିଥିଲେ । ଚାମଚାଗିରିର ସବୁ ସୀମା ପାର୍ ହୋଇଗଲା ବୋଲି ଦ୍ରୌପଦୀଙ୍କ ଭାଷଣକୁ ନେଇ ଉଦିତ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ । ଏହାପରେ ଉଦିତଙ୍କୁ ବିଜେପି ତୀବ୍ର ସମାଲୋଚନା କରଥିଲା । ଏଥିପାଇଁ ଉଦିତ ଓ କଂଗ୍ରେସ କ୍ଷମା ମାଗୁ ବୋଲି ବିଜେପି ଦାବି କରିଥିଲା। ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଉଦିତ ପୁଣି ଟ୍ୱିଟ୍ କରି ଜବାବ ରଖିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ମତ ଥିଲା । ଏଥିରେ କଂଗ୍ରେସ ଦଳର କୌଣସି ସଂପର୍କ ନାହିଁ ବୋଲି ସେ ଲେଖିଥିଲେ । ଏହାସହ ସେ ଆହୁରି ଲେଖିଥିଲେ ଯେ, ଜଣେ ଦଳିତ ଓ ଆଦିବାସୀ ନେତାଙ୍କୁ ତାଙ୍କ ଭଳି ଜଣେ ଦଳିତ ନେତା ହିଁ ପ୍ରଶ୍ନ କରିପାରିବେ । କୌଣସି ଉଚ୍ଚ ଜାତିର ଲୋକ ପ୍ରଶ୍ନ କରିପାରିବେ ନାହିଁ ବୋଲି ସେ ଲେଖିଥିଲେ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ