ନୂଆଦିଲ୍ଲୀ(ଏଏନଏସ)୦୬/୧୦, ତୈଳ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକ ଅର୍ନ୍ତଜାତୀୟ ବଜାରରେ କ୍ରୁଡ ଅଏଲର ବ୍ୟାରେଲ ଦର ଖସୁଥିବାରୁ ତେଲ ଉତ୍ପାଦନରେ ବଡ଼ ଧରଣର ହ୍ରାସ ପାଇଁ ନିଷ୍ପତି ନେଇଛନ୍ତି । ୫ ତାରିଖରେ ବସିଥିବା ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଙ୍ଗ କଣ୍ଟ୍ରିଜ)ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତି ହୋଇଛି । ତିନି ମାସ ମଧ୍ୟରେ ବ୍ୟାରେଲ ପିଛା କ୍ରୁଡ ଅଏଲ ୧୨୦ ଡଲାରରୁ ଖସି ୯୦ ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ଦର କମୁଥିବାରୁ ଉତ୍ପାଦନ ପରିମାଣ କମାଇବାକୁ ନିଷ୍ପତି ନେଇଛି । ଓପେକର ମୁଖ୍ୟାଳୟ ଭିଏନାଠାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଭଳି ହେଲେ ଭାରତ ଭଳି ଦେଶରେ ତେଲ ଦର ପୁଣି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଏବେ ଦେଶରେ ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୬ ଟଙ୍କା ରହିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ