ନୂଆଦିଲ୍ଲୀ, ଜଣେ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରିଛନ୍ତି ତାଙ୍କ ସ୍ୱାମୀ । ଫଳରେ ସ୍ତ୍ରୀ ଲୋକଟିର ପେଟରେ ଥିବା ୬ମାସର ଭୃଣ ନଷ୍ଟ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ଜମୁଇର ତାନା ଇକେରିୟା ଗାଁରେ । ଏନେଇ ମହିଳା ଜଣଙ୍କ ନିକଟସ୍ଥ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନାଥାଉକି, ବର୍ଷେ ପୂର୍ବରୁ ମହିଳାଙ୍କର ବାହାଘର ହୋଇଥିଲା । ବାହାଘର ପରେ ଶାଶୁ ଘରଲୋକ ତାଙ୍କୁ ହଇରାଣ କରୁଥିବା ମହିଳା ଜଣଙ୍କ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ମହିଳାଙ୍କ ସ୍ୱାମୀ ରାଗିକି ତାଙ୍କ ପେଟକୁ ଗୋଇଠା ମାରିଥିଲେ । ଫଳରେ ପେଟରେ ଥିବା ୬ମାସର ଶିଶୁର ମୃତ୍ୟୁ ହୋଇଛି । ଏନେଇ ସେ ବାପାଘରେ ଜଣାଇବାପରେ ମହିଳା ଜଣଙ୍କ ମୃତ ଶିଶୁଟିକୁ ଧରି ଥାନାରେ ଏତଲା ଦେଇଛନ୍ତି ।
ଗର୍ଭବତୀ ସ୍ତ୍ରୀ ପେଟକୁ ଗୋଇଠା ମାରିଲେ ସ୍ୱାମୀ, ତା’ପରେ..
- Post published:September 14, 2020
- Post category:ଦେଶ-ବିଦେଶ
- Reading time:1 mins read