ଲକ୍ଷ୍ନୌ(୩.୧୦.୨୨) : ଦେହରେ ଥ୍ରୀ ଷ୍ଟାର ଥିବା ପୋଲିସ ବର୍ଦ୍ଦି ପିନ୍ଦି ଲୋକଙ୍କୁ ବୋକା ବନାଉଥିଲେ । ନକଲି ପୋଲିସ ସାଜି ଟୋଲ ଆଦାୟ କରୁଥିଲେ, ଶେଷରେ ଧରାପଡିଲେ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଫିରୋଜାପାଦରୁ । ମୁକେଶ ଯାଦବ ବୟସ ୨୩ ବର୍ଷ ହେଲେ ଓଜନ କିନ୍ତୁ ୧୮୦ କେଜି । ସେ ଗାଜିଆବାଦର ବାସିନ୍ଦା । ଟୋଲ ଟ୍ୟାକ୍ସରୁ ବଞ୍ଚିବା ପାଇଁ ସେ ଆପଣାଇ ଥିଲା ନୂଆ ଫଣ୍ଡା। ଥ୍ରୀ ଷ୍ଟାର ଥିବା ପୁଲିସ ପୋଷାକ ପିନ୍ଧି ଜାତୀୟ ରାଜପଥ ଉପରେ ବସ୍, ଟ୍ରକ୍କୁ ଅଟକାଇ ଟୋଲ ଆଦାୟ କରୁଥିଲା ମୁକେଶ। ତା’ ସହ ମିଶି ଦୁଇ ତିନି ଜଣ ସହଯୋଗୀ ମଧ୍ୟ ଟୋଲ ଆଦାୟ କରୁଥିଲେ। ମୁକେଶ ଏକ ୱାଗନର୍ କାର୍ରେ ବସି ରହୁଥିଲା। ତା’ର ସହଯୋଗୀ ମାନେ ଗାଡିରୁ ଟଙ୍କା ଆଦାୟ କରୁଥିଲେ। ଦିନେ ସେହିବାଟ ଦେଇ ଯାଉଥିଲେ ଫିରୋଜାବାଦ୍ ପୁଲିସର ଜଣେ ଅଧିକାରୀ । ରାସ୍ତାକଡରେ ଏକ ୱାଗନର କାରରେ ଜଣେ ପୁଲିସ ଅଧିକାରୀ ବସିଥିବା ଦେଖିଥିଲେ। ଗାଡିରୁ ଓହ୍ଲାଇ ତା’ର ପୋଷ୍ଟିଙ୍ଗ କଥା ପଚାରିଥିଲେ। ଏହାପରେ ତାଙ୍କୁ ନିଜ ପରିଚୟ ପତ୍ର ମାଗିବାରୁ ନକଲି ପରିଚୟ ପତ୍ର ଦେଖାଇଥିଲା ମୁକେଶ। ପୁଲିସ ଅଧିକାରୀ ଜଣକ ଯୁବକର ଶରୀରର ଓଜନ ଦେଖି ସନ୍ଦେହ ହୋଇଥିଲା। ଏହାପରେ ନାଲି ଆଖି ଦେଖାଇ ମୁକେଶକୁ ପଚରାଉଚରା କରିଥିଲେ ପୁଲିସ ଅଧିକାରୀ। ଫଳରେ ସବୁ ସତ ମାନିଯାଇଥିଲା ମୁକେଶ। ଥ୍ରୀଷ୍ଟାର ଥିବା ପୁଲିସ ବର୍ଦ୍ଦି ପିନ୍ଧି ଯୁବକ ଜଣକ ପ୍ରତିଦିନ ହାଇୱେରେ ଗାଡିଗୁଡିକରୁ ବଟି ଆଦାୟ କରୁଥିଲା। କେବଳ ସେତିକି ନୁହେଁ ଟଙ୍କା ନଦେଲେ ଗାଡିଗୁଡିକୁ ଜବତ କରିଦିଆଯିବ ବୋଲି ଧମକ ମଧ୍ୟ ଦେଉଥିଲା ମୁକେଶ। ଗାଜିଆବାଦର ଟୁଣ୍ଡଲି ପୁଲିସର ଏବେ ଏହି ନକଲି ପୁଲିସକୁ ଗିରଫ କରିଛି। ଧରାପଡିଥିବା ଏହି ନକଲି ପୁଲିସର ଓଜନ ୧୮୦ କେଜି ବୋଲି ପୁଲିସ ଦାବି କରିଛି। ସେପଟେ ସୋଶାଲ ମିଡିଆରେ ନକଲି ପୁଲିସ ବେଶରେ ଥିବା ମୁକେଶର ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। ଅଭିଯୁକ୍ତ ମୁକେଶ ଠାରୁ ପୁଲିସ ଦୁଇଟି ଆଧାର କାର୍ଡ, ଦୁଇଟି ପ୍ୟାନ୍ କାର୍ଡ, ନକଲି ପୁଲିସ ପୋଷାକ, ନକଲି ଆଇକାର୍ଡ, ଏଟିଏମ୍ ଓ ଏକ ୱାଗନର୍ କାର୍ ମଧ୍ୟ ଜବତ କରିଛି।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ