୨ସପ୍ତାହର ଝିଅକୁ କୋଳରେ ଧରି କାମକୁ ଫେରିଲେ ଏସଡିଏମ ସୌମ୍ୟା

ଉତ୍ତରପ୍ରଦେଶ,ଗାଜିଆବାଦ ନିକଟରେ ଥିବା ମୋଦି ନଗରର ଏସଡିଏମ ସୌମ୍ୟା ପାଣ୍ଡେ ତାଙ୍କର ୨ ସପ୍ତାହର ଝିଅକୁ ନେଇ କାମକୁ ଫେରିଛନ୍ତି । ତାଙ୍କର ଫଟୋ ଭାଇରାଲ ହେବାପରେ ସମସ୍ତେ ତାଙ୍କର ପ୍ରସଂଶା କରୁଛନ୍ତି । ଲୋକମାନେ ତାଙ୍କ ଫଟୋ ଉପରେ ନିଜ ନିଜ ମନ୍ତବ୍ୟ ଦେଉଛନ୍ତି । ସୌମ୍ୟା ପାଣ୍ଡେ କହିଛନ୍ତି ଯେ, ପରିବାର ସହ ଦେଶର ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ପ୍ରାୟ ଏକ ବର୍ଷ ପୂର୍ବେ ମୋଦିନଗରର ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ
ଦେଶର ପ୍ରତିଷ୍ଠିତ କଲେଜ ମୋତିଲାଲ ନେହେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ରେ ସ୍ୱର୍ଣ୍ଣ ପଦକ ପାଇବା ପରେ ସୌମ୍ୟା ପାଣ୍ଡେ ପ୍ରଥମ ପ୍ରୟାସରେ ଆଇଏଏସ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିଲେ ।


ଗର୍ଭବତୀ ମହିଳାଙ୍କ ପାଇଁ ଥିବା ଗାଇଡ୍ ଲାଇନ୍ ଅନୁସରଣ କରିବା ପରେ ସେ ଅଫିସରେ କାମ କରିବା ଆରମ୍ଭ କରିଦେଇଛନ୍ତି । ୧୭ ସେପ୍ଟେମ୍ବରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମର ୧୫ ଦିନ ପରେ କାମକୁ ଫେରିଛନ୍ତି ସୌମ୍ୟା ।

ଛୋଟ ଝିଅକୁ କୋଳରେ ଧରି କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସୌମ୍ୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ କାର‌୍ୟ୍ୟକୁ ପ୍ରାଥମିକତା ବୋଲି ଭାବନ୍ତି। ଜାପାନ ପରି ଏକ ଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ପ୍ରସବ ପରେ ମହିଳାମାନେ ନିଜ କାମକୁ ଜଲ୍‌ଦୀ ଯାଇଥାନ୍ତି। ତେଣୁ ଯଦି ସ୍ୱାସ୍ଥ୍ୟ ସ୍ୱାଭାବିକ ଥିବ ତେବେ ଶୀଘ୍ର କାମକୁ ଫେରିବାରେ କୌଣସି ଅସୁବିଧା ନାହିଁ ।

Leave A Reply

Your email address will not be published.