You are currently viewing ରାଜସ୍ତାନ ରାଜନୀତିରେ ଝଡ଼ ପରେ ନୀରବତା

ରାଜସ୍ତାନ ରାଜନୀତିରେ ଝଡ଼ ପରେ ନୀରବତା

ଦୀର୍ଘ ବର୍ଷ ଧରି ଦେଶରେ ଶାସନ ଧରିଥିବା କଂଗ୍ରେସ ଦଳକୁ ଏବେ ଦଳ ରକ୍ଷା କରିବା ଚିନ୍ତା ଘାରିଛି । ଯୁବ ନେତୃତ୍ୱକୁ ସମ୍ମାନ ନଦେବା ଓ ସେମାନଙ୍କୁ ଦଳରେ ହତାଦର କରିବାକୁ ନେଇ ବିଗତ ଦିନରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି କରିଥିବା ଦିବଙ୍ଗତ କଂଗ୍ରେସ ନେତା ମାଧବ ରାଓ ସିନ୍ଧିଆଙ୍କ ପୁତ୍ର ଜ୍ୟୋତିରାଦିତ୍ୟ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବର୍ତ୍ତମାନ ବିଜେପି ଦଳରୁ ରାଜ୍ୟସଭା ସାଂସଦ ଅଟନ୍ତି ।

ତାଙ୍କରି ପନ୍ଥା ଅନୁସରରଣ କରିବାକୁ ଯାଇ ରାଜସ୍ତାନରେ ସ୍ୱର୍ଗତ ରାଜେସ ପାଇଲଟଙ୍କ ପୁତ୍ର ସଚିନ ପାଇଲଟ ମଧ୍ୟ ରାଜସ୍ତାନ କଂଗ୍ରେସ ସରକାରରେ ଅସ୍ତିରତା ସୃଷ୍ଟି କରିଥିଲେ । ତାଙ୍କର ଅଭିଯୋଗ ହେଲାଯେ, ସେ ଉପମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ତାଙ୍କ ସରକାରରେ ଅଣଦେଖା କରାଯାଉଛି । ପରିସ୍ଥିତି ଏପରି ହେଲା, ଏକ ଆସନ୍ନ ସଙ୍କଟରୁ କଂଗ୍ରେସ ଦଳ ବର୍ତ୍ତିଗଲା ।

ଇତିମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସଚିନଙ୍କ ପ୍ରତି କୋହଳ ମନଭାବ ପୋଷଣ କରିଛନ୍ତି । ପରବର୍ତ୍ତି ସମୟରେ ସଚିନ ସଫେଇ ଦେଇ କହିଛନ୍ତି ଯେ, ସେ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ମାତ୍ର କଂଗ୍ରେସ ଦଳକୁ ଏପରି ଉକ୍ତି ସାମୟିକ ସାନ୍ତନା ଦେଉଥିଲେ ହେଁ, ପରବର୍ତ୍ତି ସମୟରେ ଏହା ଏକ ବିସ୍ଫୋରକ ନେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ବିଶ୍ଲେଷଣ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।