You are currently viewing ଖୁବଶୀଘ୍ର ଯୁକ୍ରେନ ଉପରେ ଆକ୍ରମଣ ବନ୍ଦ ହେବ

ଖୁବଶୀଘ୍ର ଯୁକ୍ରେନ ଉପରେ ଆକ୍ରମଣ ବନ୍ଦ ହେବ

ନୂଆଦିଲ୍ଲୀ(୨୩.୧୨.୨୨) : ୟ୍ରୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମସୀମାରେ ପହଂଚିଛି । ଗୋଟିଏ ପଟେ ମହାଶକ୍ତିଶାଳୀ ଋଷକୁ କଡା ଟକ୍କର ଦେଉଛି ୟୁକ୍ରେନ ଓ ଅନ୍ୟପଟେ ୟୁକ୍ରେନର ଶକ୍ତିବୃଦ୍ଧି କରିବାକୁ ଆଗେଇ ଆସିଛି ଆମେରିକା । ଏହାରି ମଧ୍ୟରେ ଗୁରୁବାର ଦିନ ଋଷ ତରଫରୁ ଅଭିଯୋଗ କରାଯାଇଛି କି, ଆମେରିକା ଓ ୟୁକ୍ରେନ ଉଭୟ ଋଷର ଭାବନାକୁ ବୁଝୁନାହାଁନ୍ତି । ଆହୁରି ଅଭିଯୋଗ ରହିଛି କି ଆମେରିକା ଋଷକୁ ଦୁର୍ବଳ କରିବାକୁ ୟୁକ୍ରେନକୁ ନିଜର ଯୁଦ୍ଧସ୍ଥଳୀ ଭାବେ ବ୍ୟବହାର କରୁଛି ।ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ । ପୁଟିନ ଆହୁରି କହିଛନ୍ତି କି, ସମସ୍ତ ସଂଘର୍ଷର ସମାପ୍ତ ଆଲୋଚନା ମାଧ୍ୟମରେ ହୋଇପାରିବ । ଯେତେଶୀଘ୍ର ୟୁକ୍ରେନ ଏହା ବୁଝିଯିବ ସେତେଶୀଘ୍ର ଯୁଦ୍ଧର ପରିସମାପ୍ତି ଘଟିବ । ଏହାରି ମଧ୍ୟରେ ଋଷ ସେନାମୁଖ୍ୟ କହିଛନ୍ତି କି ଋଷ ସେନା ଏବେ ପୁର୍ବ ଡୋନାସ୍କୋ ସହର ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି ।ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେସ୍କି ଏବେ ଏବେ ଆମେରିକା ଗସ୍ତକରି ଫେରିଛନ୍ତି । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ଆମେରିକା ତରଫରୁ ୟୁକ୍ରେନକୁ ୧.୮ ଆରବ ଡଲାରର ଯୁଦ୍ଧାସ୍ତ୍ର ସହଯୋଗ କରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।