You are currently viewing ଘରର କବାଟ ଖୋଲୁ ଖୋଲୁ ମୁଣ୍ଡରେ ପଡିଲା ସାପ, ଆଉ ତା’ପରେ…

ଘରର କବାଟ ଖୋଲୁ ଖୋଲୁ ମୁଣ୍ଡରେ ପଡିଲା ସାପ, ଆଉ ତା’ପରେ…

ଗୋଟିଏ ବିିଚିତ୍ର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ହେଉଛି ଆମେରିକା ମିସୀସିପୀର । ଖବର ମୂତାବକ ମିଶେଲ୍ ନାମକ ଜଣେ ମହିଳା ଘରର କବାଟ ଖୋଲିଲା ବେଳେ ତାଙ୍କ ମୁଣ୍ଡରେ ସାପଟିଏ ଖସିପଡିଥିଲା । ମିଶେଲ ପୂର୍ବ ସପ୍ତାହରେ କାମ ସାରି ଘରକୁ ଫେରି ଘରର ସାମ୍ନା କବାଟ ଖୋଲିବା ବେଳେ କବାଟ ଉପରେ ଗୋଟିଏ ସାପ ବସିଥିଲା ଏବଂ ଏହି ସାପଟି ମିଶେଲଙ୍କ ମୁଣ୍ଡ ଉପରେ ପଡିଲା ।

ସେ ତଳକୁ ଦେଖିଲା ବେଳେ ସାପଟି ତଳେ ପଡିଯାଇଥିଲା । ଏହି ସାପଟି ପ୍ରାୟ ୧୦ଇଞ୍ଚର ଲମ୍ବା । ପରେ ଏହି ସାପଟି ତାଙ୍କ ରୋଷେଇ ଘରକୁ ଚାଲିଯାଇଥିଲା । ମିଶେଲ ସାପକୁ ଝାଡୁରେ ଧରି ବାହାରେ ଛାଡି ଦେଇଥିଲେ । ସେ କହିଲେ ଯେ, ସାପଟି ବୋଧହୁଏ ଡରିଯାଇଥିଲା, ଯାହା କାରଣରୁ ମିଶେଲ୍ ଅତି ସହଜରେ ନେଇ ତାକୁ ବାହାରେ ଛାଡିପାରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।