ଆଜିକାଲିର ଆଧୁନିକ ଦୁନିଆରେ ମିଛ କହିବା ଏବଂ ଠକିବା ଗୋଟିଏ ସାଧାରଣ କଥା ହୋଇଗଲାଣି । ଏପରି କିଛି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ତେଲେଙ୍ଗାନା ପୋଲିସ ଏପରି ଏକ ବ୍ୟକ୍ତିକୁ ଗିରଫ କରିଛି ଯିଏକି ନିଜକୁ ସେନାର ମେଜର କହି ବହୁତ ଝିଅଙ୍କୁ ନିଜ ଜାଲରେ ଫସାଇ ବିବାହ କରୁଥିଲା । ସୂଚନା ଯେ, ବ୍ୟକ୍ତି ଜଣକ ଏ ପର୍ଯ୍ୟନ୍ତ ୧୭ ଜଣ ବ୍ୟକ୍ତିଙ୍କୁ ନିଜ ଜାଲରେ ଫସାଇ ତାଙ୍କ ଠାରୁ ୬ କୋଟିରୁ ଅଧିକ ଟଙ୍କା ଠକିଛି ।
ତେଲେଙ୍ଗାନା ପୋଲିସର ରିପୋର୍ଟ ମୁତାବକ ଅଭିଯୁକ୍ତ ଜଣକ ହେଉଛନ୍ତି ମୃଦବଥ ଶ୍ରୀନୁ ନାଇକ । ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶ ପ୍ରକାସମ ଜିଲ୍ଲାର କିଲାମ୍ପଲୀ ଗ୍ରାମର ବାସିନ୍ଦା । ବ୍ୟକ୍ତି ଜଣକ ଏପର୍ଯ୍ୟନ୍ତ ୧୭ ଜଣ ଝିଅଙ୍କ ସହ ବିବାହ କରି ୬.୬୧ କୋଟି ଟଙ୍କା ଠକି ନେଇଛି । ବ୍ୟକ୍ତି ଜଣକ ନିଜକୁ ସେନାର ମେଜର ବୋଲି କହିଥିଲା କିନ୍ତୁ ପ୍ରକୃତରେ ବ୍ୟକ୍ତି ଜଣକ ମାତ୍ର ୯ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି । ବ୍ୟକ୍ତି ବିବାହ ମଧ୍ୟ କରିଛନ୍ତି ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ରହିଛି କିନ୍ତୁ ପଇସାର ଲାଳସା ନେଇ ନିଜକୁ ଅବିବାହିତ କହି ଅନ୍ୟ ୧୭ ଜଣକୁ ବିବାହ କରି ଠକିଛି ଅଭିଯୁକ୍ତ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା