ପଞ୍ଜାବ(୨୪.୨.୨୩) : ପଞ୍ଜାବରେ ଖଲିସ୍ତାନ ସମର୍ଥକଙ୍କ ଆତଙ୍କରାଜ । ହଜାର ହଜାର ଖଲିସ୍ତାନୀ ସମର୍ଥକ ହାତରେ ଖଣ୍ଡା, ବନ୍ଧୁକ ଧରି ବିକ୍ଷୋଭ ପଦର୍ଶନ କରିବା ସହ ଅଜନାଲ ଥାନାକୁ କବଜା କରିନେଇଥିଲେ । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ୍ ସିଂହ ଓ ତାଙ୍କର ଶହ ଶହ ସମର୍ଥକ ଅମୃତସରର ଅଜନାଲା ପୁଲିସ ଷ୍ଟେସନରେ ହଙ୍ଗାମା କରିଥିଲେ । ହାତରେ ଖଣ୍ଡା ଧରି ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଅମୃତପାଲଙ୍କ ଜଣେ ସହଯୋଗୀ ଲବପ୍ରୀତ ସିଂହଙ୍କୁ ପୁଲିସ ଗିରଫ କରିଥିଲା । ଏହାକୁ ବିରୋଧ କରି ଥାନା ବାହାରେ ଜୋରଦାର ପ୍ରଦର୍ଶନ କରିଥିଲେ ଅମୃତପାଲଙ୍କ ସମର୍ଥକ । ଲବପ୍ରୀତ ସିଂହ ନିର୍ଦ୍ଦୋଷ, ତାଙ୍କ ନାଁରେ ମିଛ ଏଫଆଇଆର ଦିଆଯାଇଛି, ତେଣୁ ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଥିଲେ । ପୁଲିସ ପ୍ରତିରୋଧ କରିବାରୁ ପ୍ରବଳ ଉତେଜନା ସୃଷ୍ଟି ହୋଇଥିଲା । ଚାହୁଁ ଚାହୁଁ ଥାନା ପାଲଟି ଯାଇଥିଲା ରଣକ୍ଷେତ୍ର । ବିକ୍ଷୋଭକାରୀଙ୍କ ଆକ୍ରମଣରେ କିଛି ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅମୃତପାଲଙ୍କ ସମର୍ଥକଙ୍କ ଜୋରଦାର ହଙ୍ଗାମା ଯୋଗୁ ବ୍ୟାକଫୁଟକୁ ଚାଲି ଯାଇଥିଲା ପଞ୍ଜାବ ପୁଲିସ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ