You are currently viewing ଜଳିଗଲା ବସ୍ ୧୭ ଜଣ ଜୀବନ୍ତ ଦଗ୍ଧ

ଜଳିଗଲା ବସ୍ ୧୭ ଜଣ ଜୀବନ୍ତ ଦଗ୍ଧ

ଇସଲାମବାଦ (୧୩.୧୦.୨୨) : ବସ ଯୋଗେ ନିଜ ଘରକୁ ଫେରୁଥିଲେ ବନ୍ୟାରେ ପ୍ରପୀଡିତ । କିନ୍ତୁ ବାଟରେ ହେଲା ମୃତ୍ୟୁ । ଦ୍ରୃତ ଗତିରେ ଯାଉଥିବା ବସଟି ରାସ୍ତା ଉପରେ ଜଳିଗଲା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟ ୮ ଜଣ ଛୋଟ ଛୁଆ ଥିଲେ । ଏପରି ଘଟଣା ପାକିସ୍ତାନର ସିନ୍ଧ ଜିଲ୍ଲାର ନୁରିଆବାଦ ସହରରେ ଗତ କାଲି ସନ୍ଧ୍ୟାରେ ଘଟିଛି ।

ବନ୍ୟା ଯୋଗୁଁ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ସୁଧାର ଆସିବା ପରେ କରାଚିସ୍ଥିତ ଏକ ଆଶ୍ରୟ ସ୍ଥଳୀରୁ ପ୍ରାୟ ୫୦ ରୁ ଅଧିକ ବନ୍ୟା ପ୍ରପିଡିତ ଏକ ସରକାରୀ ବସ ଯୋଗେ ଖୈରପୁର ନାଥନଶାହ ଅଭିମୁଖେ ଫେରୁଥିଲେ । ବସଟି କରାଚି ଠାରୁ ପ୍ରାୟ ୯୦ କିଲୋମିଟର ଯାଇଥିବା ବେଳେ ନୁରିଆବାଦ ସହରରେ ହଠାତ୍ ବସ୍‌ରେ ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ୧୭ ଜଣ ଜୀବନ୍ତ ଜଳି ଯାଇଥିଲେ । ଏହା ସହିତ ୨୦ ଜଣ ଆହତ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।