ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି |ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଟୀକା ପ୍ରସ୍ତୁତିରେ ଲାଗିପଡ଼ିଛି |ଟୀକା ବାହାରିବା ମାତ୍ରେ ପ୍ରଥମେ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଅ ଯିବ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି | ଟୀକାକରଣ ପାଇଁ ପୁଣି ଥରେ ରାଜ୍ୟସରକାରଙ୍କୁ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ରସରକାର | ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ । କୌଣସି ସ୍ବାସ୍ଥ୍ୟକର୍ମୀ ଯେପରି ଟୀକାକରଣରୁ ବାଦ ନ ପଡ଼ନ୍ତି ସେନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।ବାଦ୍ ପଡ଼ିଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳ ଓ ମହାନଗର କମିସନରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ୭ ଦିନ ଭିତରେ ପୋର୍ଟାଲରେ ନାଁ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂଚନା ଅନୁସାରେ ଏବେ ଯାଏ ୩୨୬୫୪୪ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ