ଦୁଇ ଦିନିଆ ସିକ୍କିମ୍ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ, ଚୀନ୍ ସହ ଭାରତର ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଚୀନ୍ ସୀମା ଗସ୍ତ କରିବେ। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ସୀମା ନିକଟରେ ଅସ୍ତ୍ର ପୂଜା କରିବେ । ଏହା ପରେ ସେନା କର୍ମଚାରୀଙ୍କ ସହ ଦଶହରା ମଧ୍ୟ ପାଳନ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ସିକ୍କିମରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଏହି ଗସ୍ତ ସମୟରେ ମନ୍ତ୍ରୀ ଭାରତୀୟ ଯବାନଙ୍କ ସହ ଆଲୋଚନା କରିବେ। 

Leave A Reply

Your email address will not be published.