You are currently viewing ଯୌନ କର୍ମୀ ବଦଳରେ ବ୍ଯବହାର ହେବ ଚୋରା ଚାଲାଣ ପୀଡ଼ିତ: ସୁପ୍ରିମକୋର୍ଟ

ଯୌନ କର୍ମୀ ବଦଳରେ ବ୍ଯବହାର ହେବ ଚୋରା ଚାଲାଣ ପୀଡ଼ିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ । ନିଜ ହ୍ୟାଣ୍ଡବୁକରୁ ଯୌନ କର୍ମୀ ଟର୍ମକୁ ହଟାଇଛନ୍ତି । ଏହାକୁ ସଂଶୋଧନ କରି ନୂଆ ଶବ୍ଦ ଆଣିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଯୌନ କର୍ମୀ ବଦଳରେ ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ ବ୍ୟବହାର ହେବ। ମାନବ ଚାଲାଣ ନିରୋଧୀ ବେସରକାରୀ ସଂଗଠନ ବା ଏନଜିଓ ଏନେଇ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଥିଲେ ।ଯୌନକର୍ମୀ ଶବ୍ଦ ବଦଳରେ ଅଧିକ ସମ୍ବେଦନଶୀଳ ଶବ୍ଦ ଲଗାଇବା ସହ ଲିଙ୍ଗପଯୋଗୀ ଆଇନଗତ ସର୍ତ୍ତାବଳୀ ଉପରେ ନିଜ ହ୍ୟାଣ୍ଡବୁକକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଥିଲା ଏନଜିଓ ।

ଏହି ନୂଆ ଶବ୍ଦଗୁଡ଼ିକ ଭିତରେ ରହିଛି ଚୋରା ଚାଲାଣ ହୋଇଥିବା ପୀଡ଼ିତା, ବାଣିଜ୍ୟିକ ଯୌନ କ୍ରିୟାରେ ନିୟୋଜିତ ମହିଳା ଓ ବାଣିଜ୍ୟିକ ଯୌନ ଶୋଷଣରେ ବାଧ୍ୟ ହୋଇଥିବା ମହିଳା । ଗତ ଅଗଷ୍ଟ ୨୮ ତାରିଖରେ ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଥିଲେ ଏକାଧିକ ମାନବ ଚାଲାଣ ନିରୋଧୀ ଏନଜିଓ । ଏହାପରେ ଯୌନକର୍ମୀ ଶବ୍ଦକୁ ନିଜ ହ୍ୟାଣ୍ଡବୁକରେ ସଂଶୋଧନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।ମାନବ ଚାଲାଣ ବିରୋଧୀ ଏନଜିଓଗୁଡ଼ିକର ବ୍ୟାନରରେ ଥିବା ଏକ ଗୋଷ୍ଠୀ ଅଗଷ୍ଟ ୨୦୨୩ ରେ କୋର୍ଟଙ୍କ ଦ୍ୱାରା ପ୍ରକାଶିତ “ହ୍ୟାଣ୍ଡବୁକ୍ ଅନ୍ ଲିଙ୍ଗ୍ ଷ୍ଟେରିଓ ଟାଇପ୍” ରେ ବ୍ୟବହୃତ ଶବ୍ଦଗୁଡ଼ିକରେ “ସେକ୍ସ ୱାର୍କର୍” ଶବ୍ଦର ବ୍ୟବହାର ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ଆବେଦନ କରିଥିବା ଏନଜିଓରେ ଗୋଆରୁ ଅନ୍ୟାୟ ମୁକ୍ତ ଜୀବନ, ମୁମ୍ବାଇରୁ ପ୍ରାର୍ଥନା, ମହାରାଷ୍ଟ୍ରର ପ୍ରେନା, କର୍ଣ୍ଣାଟକର କିଡ୍ସ, ଆସାମର ନେଡାନ, ମହାରାଷ୍ଟ୍ରର VIPLA, ଦିଲ୍ଲୀର SPID, ନୂଆ ଜୀବନ ଫାଉଣ୍ଡେସନ ଅନ୍ତର୍ଭୁକ୍ତ। ମଣିପୁରରୁ ଅନେକ ଏନଜିଓ ଏଥିରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ଡେପୁଟି ରେଜିଷ୍ଟ୍ରାର, CRP, ସୁପ୍ରିମକୋର୍ଟ ଅନୁରାଗ ଭାସ୍କର ଏକ ଇମେଲରେ ARZ ଏନଜିଓକୁ ସୂଚନା ଦେଇଛନ୍ତି ଯେ CJI ଏହି ପରିବର୍ତ୍ତନକୁ ଗ୍ରହଣ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।