ନୂଆଦିଲ୍ଲୀ, ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି କରାଯାଇଛି। ୨ ବର୍ଷ ତଳେ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣି ହ୍ରଦର ସନ୍ଧାନ ମିଳିଥିଲା। ଏହି ହ୍ରଦ ବରଫ ତଳେ ରହିଥିବା ନାସା କହିଥିଲା। ପାଣିର ସନ୍ଧାନ ମିଳିବା ଯୋଗୁ ଭବିଷ୍ୟତରେ ମଙ୍ଗଳରେ ଜନବସତି ନିର୍ମାଣର ଆଶା ପୁଣି ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଜାଗି ଉଠିଛି। ୟୁରୋପିଆନ୍ ସ୍ପେଶ୍ ଏଜେନ୍ସି (ଇଏସ୍ଏ) ଦ୍ୱାରା ନିର୍ମିତ ମହାକାଶ ଯାନ ଏକ୍ସପ୍ରେସ୍ ସ୍ଥାନରେ ବରଫ ତଳେ ଥିବା ଲୁଣି ହ୍ରଦ ସମ୍ପର୍କରେ ସୂଚନା ମିଳିଛି ।
ମଙ୍ଗଳ ଗ୍ରହରେ ପାଣି!
- Post published:September 29, 2020
- Post category:ଦେଶ-ବିଦେଶ
- Reading time:1 mins read