You are currently viewing ବିନା ଦରମାରେ ୫ ବର୍ଷ ଛୁଟି

ବିନା ଦରମାରେ ୫ ବର୍ଷ ଛୁଟି

କରୋନା ମହାମାରୀ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆର୍ଥିକ କଟକଣା ଲଗାଉଥିବାବେଳେ, ଏହାର ପ୍ରଭାବ ଦେଖିବାକୁ ମିଳିଛି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ । କେନ୍ଦ୍ର ସରକାରଙ୍କର ପରିଚାଳନାଧିନ ଇଣ୍ଡିଆନ ଏୟାର ଲାଇନ୍ସ ଓ ଏୟାର ଇଣ୍ଡିଆ ସେମାନଙ୍କର କିଛି କର୍ମଚାରୀଙ୍କୁ ୫ବର୍ଷ ପାଇଁ ଅବୈତନିକ ଛୁଟିରେ ଯିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି ।

ମିଳିଥିବା ତଥ୍ୟ ଅନୁଯାୟୀ କରୋନା ମହାମାରୀ ଯୋଗୁଁ ଯାତ୍ରୀ ସଂଖ୍ୟାରେ ହ୍ରାସ ଘଟୁଥିବାରୁ ମନ୍ତ୍ରଣାଳୟ ଏଭଳି କଟକଣା ଜାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ କିଛି ଘରୋଇ ବିମାନ ଚଳାଚଳ ସଂସ୍ଥା ମଧ୍ୟ ତାଙ୍କ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ କରିବାକୁ ଯାଉଥିବା ସୂତ୍ରରୁ ଜଣାପଡ଼ିଛି । ଏହାଫଳରେ ଏହି କ୍ଷେତ୍ରରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ବେରୋଜଗାର ପରିସର ଭୁକ୍ତ ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।