You are currently viewing ଅନ୍ୟତମ ଆକର୍ଷଣୀୟ ଅଙ୍ଗ ନେଲ୍

ଅନ୍ୟତମ ଆକର୍ଷଣୀୟ ଅଙ୍ଗ ନେଲ୍

ମହିଳା ଓ ଝିଅ ମାନଙ୍କ ଶରୀରର ଅନ୍ୟତମ ଆକର୍ଷଣୀୟ ଅଙ୍ଗ ହେଉଛି ତାଙ୍କର ନେଲ୍ ବା ନଖ । ଆଜିକାଲିକା ଟ୍ରେଣ୍ଡ ମୁତାବକ ସେମାନେ ନିଜର ନଖ କାଟିବାକୁ ବେଶ୍ ପସନ୍ଦ କରନ୍ତି । ରାଉଣ୍ଡ, ସ୍କୋୟାର, ହାଫ୍ ରାଉଣ୍ଡ ଇତ୍ୟାଦି ଅନେକ ଡିଜାଇନରେ ସେମାନେ ନଖ କାଟୁଛନ୍ତି । କେହି କେହି ବହୁତ ଲମ୍ବା ରଖୁଥିବା ବେଳେ, ଆଉ କେହି କେହି ମିଡ଼ିୟମ୍ ସାଇଜର ରଖୁଛନ୍ତି ।

ତା ସହିତ ନିୟମୀତ ପାର୍ଲର ଯାଇ ପ୍ୟାଡିକିଓର ଓ ମାନିକିଓର କରୁଛନ୍ତି । ଅନେକ ସମୟରେ ଦେଖିଥିବେ ଝିଅମାନଙ୍କର ଗୋଟିଏ ଅଭିଯୋଗ ଥାଏ ଯେ, ମୋ ନଖ ଭାଙ୍ଗି ଯାଉଛି, ଲମ୍ବା ହେଉନି କିମ୍ବା ଅଧାରୁ ଫାଟି ଯାଉଛି । ଯଦି ଏସବୁ ସମସ୍ୟା ଦେଖାଦିଏ, ତେବେ କୌଣସି ପାର୍ଲରର ସାହାରା ନନେଇ ନିଜେ ଘରୋଇ ଉପଚାର କରନ୍ତୁ । ଏସବୁ ଛୋଟ ଛୋଟ ସମସ୍ୟା ପାଇଁ ପାର୍ଲର ଯାଇ ଅଯଥା ଖର୍ଚ୍ଚ ବଢ଼ାନ୍ତୁ ନାହିଁ ।

ସମସ୍ତଙ୍କ ଘରେ ଷୋରିଷ ତେଲ ତ ନିହାତି ଥିବ । ତେଣୁ ଶୋଇବା ପୂର୍ବରୁ ଅଳ୍ପ ମାତ୍ରାରେ ଷୋରିଷ ତେଲକୁ ଏକ ପାତ୍ରରେ ଆଣନ୍ତୁ । ତାକୁ ଧିରେ ଧିରେ ନିଜ ନଖରେ ମାଲିସ କରନ୍ତୁ । ଉଭୟ ପାଦ ଓ ହାତର ନଖ ପାଇଁ ବ୍ୟବହାର କରିପାରିବେ । ଏମିତି କିଛି ଦିନ କରିବା ଦ୍ୱାରା ଦେଖିବେ ଆପଣଙ୍କ ନଖ ସାଇନ୍ କରିବ । ତା ସହିତ ଯଦି ନଖରେ ଫଟା ଦାଗ କିମ୍ବା ଗାର ସଦୃଶ ଦେଖା ଯାଉଥାଏ, ତାହା ମଧ୍ୟ ଆଉ ଦେଖା ଯିବନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।