ଆଖି ତଳ କଳା ହେଉଛି କି? ଯଦି ହଁ ତେବେ ଜାଣନ୍ତୁ କଣ କରିବା ଦରକାର…

ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ଆଖିକୁ ବହୁତ୍ କମ୍ ବ୍ୟକ୍ତି ଧ୍ୟାନ ଦେଇଥାନ୍ତି। ସୌନ୍ଦର୍ଯ୍ୟର ଅନ୍ୟ ଏକ ଅଂଶ ଭାବେ ଆଖି ପରିଚିତ। ଆଖି ଦେଖି ଅନେକ କିଛି ଜାଣି ହୋଇଥାଏ ବ୍ୟକ୍ତିଙ୍କ ସମ୍ପର୍କରେ। ଆଜିକାଲି ସମସ୍ତଙ୍କ ଆଖି ତଳ କଳା ପଡିବା ଏକ ସାଧାରଣ କଥା ହୋଇଗଲାଣି। ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି ଏହିପରି କିଛି ନିଜ ଭୁଲ ଓ ବୟସ ଅଧିକ ହେଲେ ଆଖି ତଳ କଳା ପଡିବା ଭଳି ସମସ୍ୟା ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଦେଶୀ ଉପାୟରେ କିପରି ଏହି ସମସ୍ୟା ଦୂର କରିବା।

ପାଚିଲା ଅମୃତଭଣ୍ଡାକୁ ଚକଟି ଦୁଇ ଚାମଚ ନିଅନ୍ତୁ ସେଥିରେ ଟିକେ ଲେମ୍ବୁ ରସ ପକାଇ ଏହାକୁ ଆଖି ତଳେ ଲଗାନ୍ତୁ। ଅମୃତଭଣ୍ଡାରେ ଥିବାଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ଆଖି ତଳୁ କଳା ଦାଗ ହଟାଇବାରେ ସାହାଯ୍ୟ କରେ।

ସେହିପରି ପାଚିଲା କମଳା ଚୋପାକୁ ଖରାରେ ସୁଖାଇ  ପାଉଡର ବନାନ୍ତୁ ଓ ସେଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ବନେଇ ଆଖି ତଳେ ଲଗାନ୍ତୁ।

ଆଳୁରସ ସହିତ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାଇ ଆଖି ତଳ କଳାଦାଗରେ ଲଗାନ୍ତୁ। ଦେଖିବେ ବହୁତ କମ ଦିନରେ କଲା ଦାଗ ଲିଭିଜିବ।

Leave A Reply

Your email address will not be published.