You are currently viewing ଏହିସବୁ ବ୍ୟକ୍ତିଙ୍କୁ ଭୁଲ୍‌ରେ ବି କରିବେନି ବ୍ୟବସାୟ ସଂପର୍କିତ ତଥ୍ୟ ପ୍ରଦାନ

ଏହିସବୁ ବ୍ୟକ୍ତିଙ୍କୁ ଭୁଲ୍‌ରେ ବି କରିବେନି ବ୍ୟବସାୟ ସଂପର୍କିତ ତଥ୍ୟ ପ୍ରଦାନ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ ସହ ଜଡିତ କୌଣସି କଥା କାହାକୁ କହିବା ଉଚିତ୍ ନୁହେଁ । ଏହା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ଘଟେ । ଚାଣକ୍ୟ ଏହିଭଳି କିଛି ପ୍ରକୃତିର ଲୋକ ମାନଙ୍କୁ ବ୍ୟବସାୟ ସଂପର୍କିତ ତଥ୍ୟ ବାଣ୍ଟିବାକୁ ମନା କରିଛନ୍ତି ।

୧. ଚାଣକ୍ୟ କହିଛନ୍ତି ଯେ, ଆପଣଙ୍କ ଭଳି ବ୍ୟବସାୟ କରୁଥିବା ଲୋକଙ୍କୁ କୌଣସି ତଥ୍ୟ କୁହନ୍ତୁ ନାହିଁ । ଏଭଳି ବ୍ୟକ୍ତ କ୍ଷତିକାରକ ପ୍ରମାଣିତ ହୋଇପାରନ୍ତିି । ଏହି ଲୋକମାନେ କେବଳ ନାମ ପାଇଁ ସଂପର୍କ ଗଠନ କରନ୍ତି ।
୨. ଯେଉଁ ସ୍ତ୍ରୀ ଲୋକ ଲୋଭି ହୋଇଥାନ୍ତି ସେମାନଙ୍କୁ ବ୍ୟବସାୟ ସହ ଜଡ଼ିତ ତଥ୍ୟ ଦେବା ଉଚିତ୍ ନୁହେଁ । ଏମିତି କୁହାଯାଏ ଯେ, ସ୍ତ୍ରୀ ଲୋକମାନେ କୌଣସି କଥାକୁ ମନ ମଧ୍ୟରେ ରଖିପାରନ୍ତି ନାହିଁ ।
୩. ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକମାନେ ଘରେ କିମ୍ବା ଅଫିସ୍ ରେ ଛୋଟ ପୋଷ୍ଟରେ କାମ କରୁଛନ୍ତି ସେମାନଙ୍କ ସହ ବ୍ୟବସାୟ ସଂପର୍କରେ କଥାବାତ୍ତ୍‌ର୍ା ହେବା ଉଚିତ୍ ନୁହେଁ ।
୪. ଯେଇଁ ଲୋକମାନେ ନୀରିହ ହୋଇଥାନ୍ତି ସେମାନଙ୍କ ସହ ମଧ୍ୟ ବ୍ୟବସାୟ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ । କାରଣ ଜଣେ ନୀରିହ ବ୍ୟକ୍ତି ଠାରୁ ଆପଣଙ୍କ ବ୍ୟବସାୟ ସହ ଜଡିତ ତଥ୍ୟକୁ ସହଜରେ ଅନ୍ୟ ବ୍ୟକ୍ତି ନେଇପାରିବେ ।
୫. ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକମାନଙ୍କର ଇର୍ଷା କରନ୍ତି ସେହି ଲୋକମାନେ ନିଜ ଇର୍ଷାର ନିଆଁରେ ସାମ୍ନା ଲୋକର ସଫଳତାକୁ ନଷ୍ଟ କରିଦିଅନ୍ତି । ତେଣୁ ଇର୍ଷା ପରାୟଣ ଲୋକଙ୍କ ସହ ବ୍ୟବସାୟ ଜଡ଼ିତ କୌଣସି ତଥ୍ୟ ଦିଅନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।