You are currently viewing ଆମ୍ବ ଭଳି ଆମ୍ବ ଟାକୁଆ ମଧ୍ୟ ଅନେକ ଉପକାରରେ ଆସିଥାଏ । ଯଦି ଜାଣିନାହାଁନ୍ତି ଜାଣନ୍ତୁ…

ଆମ୍ବ ଭଳି ଆମ୍ବ ଟାକୁଆ ମଧ୍ୟ ଅନେକ ଉପକାରରେ ଆସିଥାଏ । ଯଦି ଜାଣିନାହାଁନ୍ତି ଜାଣନ୍ତୁ…

ଆମ୍ବର ସିଜିନ ସରିଯାଇଥିଲେ ମଧ୍ୟ ଏବେବି ବଜାରରେ ସୁଲଭ ଦରରେ ମିଳୁଛି ଆମ୍ବ । ପ୍ରାୟ ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । ଆମ୍ବକୁ ଅନେକ ଉପାୟରେ ମଧ୍ୟ ଖାଇବା ଯାଇଥାଏ । କେହି କେହି କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି କେହି ତାକୁ ବ୍ୟବହାର କରି ଖଟା ପ୍ରସ୍ତୁତ କରିଥାନ୍ତି । ଅନେକ ପ୍ରକାରର ସୁଆଦିଆ ଆଇଟମ ଆମ୍ବରୁ ପ୍ରସ୍ତୁତ ହୋଇଥାଏ ।


ତେବେ ଆମ୍ବ ଭଳି, ତା’ ଭିତରେ ଥିବା ଟାକୁଆ ମଧ୍ୟ ବେଶ ଉପକାରୀ । ସାଧାରଣତଃ ଆମେ ଆମ୍ବ ଖାଇବାପରେ ଟାକୁଆ ଫୋପାଡ଼ି ଦେଇଥାଉ । କିନ୍ତୁ ଆଜିଠୁ ଆପଣମାନେ ଟାକୁଆକୁ ନଫୋପାଡ଼ି କାମରେ ବ୍ୟବହାର କରନ୍ତୁ । ଆମ୍ବ ଟାକୁଆ, ଶୁଖିଲା ବେଲ ଓ ମିଶ୍ରି ଗୁଣ୍ଡ କରି ଖାଇବା ଦ୍ୱାରା ଝାଡ଼ା ବାନ୍ତି ସମସ୍ୟା ଦୂର ହୋଇଥାଏ । ଝିଅମାନଙ୍କ ପାଇଁ ସବୁଠାରୁ ଭଲ ଲାଭଦାୟକ ଜିନିଷ ଟାକୁଆ ।

ମୁଣ୍ଡରେ ହେଉଥିବା ଉକୁଣୀ ସମସ୍ୟାକୁ ଦୂର କରିବା ପାଇଁ ଟାକୁଆ ବ୍ୟବହାର ମଧ୍ୟ କରାଯାଇଥାଏ । ଆମ୍ବ ଟାକୁଆକୁ ଗୁଣ୍ଡ କରି ସେଥିରେ ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା ଉକୁଣୀ ସମସ୍ୟାରୁ ସମାଧାନ ମିଳିଥାଏ । ରକ୍ତଚାପ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ଆମ୍ବ ଟାକୁଆ ।

ଅନ୍ୟମାନଙ୍କୁ ଜଣାନ୍ତୁ।