ଉପକାରୀ ପିଆଜ

ପିଆଜ ସବୁଠାରେ ଅତି ସହଜରେ ମିଳିଥାଏ। ସମସ୍ତଙ୍କ ରୋଷେଇ ଘରେ ପିଆଜ ଥାଏ।  ଆଳୁ ପରି ପିଆଜର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ତରକାରୀ କଲେ ମଧ୍ୟ ପିଆଜ ଦରକାର ହୋଇଥାଏ। ବିନା ପିଆଜରେ ତରକାରୀ ଅସମ୍ଭବ ନହେଲେ ମଧ୍ୟ ସ୍ଵାଦିଷ୍ଟ ହୋଇନଥାଏ।

କିଛି କିଛି ବ୍ୟକ୍ତି କଞ୍ଚା ପିଆଜ ଖାଇବାକୁ ଭଲ ପାଆନ୍ତି।  କଞ୍ଚା ପିଆଜ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ପିଆଜ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ପିଆଜ ରସ ତ୍ୱଚା ଓ କେଶରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ ଓ ଉଜ୍ଜ୍ୱଳ ତ୍ୱଚା ହୋଇଥାଏ।

Leave A Reply

Your email address will not be published.