You are currently viewing ବିରଳ ଦୃଶ୍ୟ : ସମୁଦ୍ରରେ ଦେଖାଗଲା ଦୋ ମୁହାଁ ସାର୍କ !

ବିରଳ ଦୃଶ୍ୟ : ସମୁଦ୍ରରେ ଦେଖାଗଲା ଦୋ ମୁହାଁ ସାର୍କ !

ମହାରାଷ୍ଟ୍ର, ପ୍ରକୃତିରେ କେବେ କେବେ ଏପରି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । କିଛି ଏହିପରି ଘଟିଛି ମହାରାଷ୍ଟ୍ରର ପାଲଘରଠାରେ ଯେଉଁଠାରେ ଏକ ମାଛ ଧରାଳୀ ଦୁଇଟା ମୁହଁ ଥିବା ସାର୍କ ଛୁଆକୁ ଧରିଛି । ଯାହା ଦେଖିବାକୁ ବହୁତ ସୁନ୍ଦର ଥିଲା । ସତପତି ଗାଁର ମାଛ ଧରାଳୀ ନିତିନ ପାଟିଲ ଏହି ଛୋଟ ମାଛଟିକୁ ନିଜ ଜାଲରେ ଫସାଇଛନ୍ତି । ସାର୍କ ମାଛ ଛୁଆର ଦୁଇଟା ମୁଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଫଟୋ ନେବା ପରେ ଏହାକୁ ପୁଣି ସମୁଦ୍ରରେ ଛାଡି ଦେଇଥିଲେ । ବୈଜ୍ଞାନିକଙ୍କ ମତରେ ଦୁଇଟା ମୁଣ୍ଡ ହେବା ଆନୁବଂଶିକ ସମସ୍ୟା ହୋଇପାରେ । ଏବେ ଏହି ସାର୍କ ମାଛର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମାଛ ଧରାଳୀ ମାନେ ଇଣ୍ଡିଆନ କାଉନସିଲ ଫର ଏଗ୍ରିକଲଚର ରିସର୍ଚ ସେଣ୍ଟ୍ରାଲ ମରିନ ଫିସରିଜ ରିସର୍ଚ ଇଷ୍ଟିଚ୍ୟୁଟ, ମୁମ୍ବାଇର ଅଫିସର ମାନଙ୍କୁ ଏହି ଫଟୋକୁ ଦେଖାଇଥିଲେ ।


ଆଇସିଏଆର ସି ଏମ ଏ ଏଫ ଆର ଆଇ ର ବୈଜ୍ଞାନିକ କହିଲେ ଯେ, ପୂର୍ବ ରିପୋର୍ଟ ଅନୁଯାୟୀ ଭାରତୀୟ ତଟରେ ବହୁତ କମ ଦୁଇଟା ମୁହଁ ଥିବା ସାର୍କ ଦେଖାଯାଆନ୍ତି । ଏହି ପ୍ରଜାତି ଉବକ୍ସମଷବକ୍ସଷସଦ୍ଭସୟବର ପରିବାରର , ଝଷବକ୍ସକ୍ଟ୍ରଦ୍ଭକ୍ଟଗ୍ଦର ସାର୍କ , କିମ୍ବା ଗ୍ଦମକ୍ଟକ୍ଷସକ୍ଟୟକ୍ଟଦ୍ଭ କ୍ଷବଗ୍ଧସଗ୍ଧଙ୍କୟରଗ୍ଦ ପ୍ରଜାତିର ଭ୍ରୁୁଣ ହୋଇପାରେ । ନେସନାଲ ଜିଓଗ୍ରାଫି ଅନୁସାରେ ୨୦୧୮ରେ ହିନ୍ଦ ମହାସାଗରରେ ଦୁଇ ମୁହଁଥିବା ନୀଳ ସାର୍କର ଭ୍ରୁଣ ଦେଖାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।