You are currently viewing ପଣସରେ ଅଛି ଅନେକ ଔଷଧୀୟ ଗୁଣ। ଜାଣନ୍ତୁ କଣ ରହିଛି…

ପଣସରେ ଅଛି ଅନେକ ଔଷଧୀୟ ଗୁଣ। ଜାଣନ୍ତୁ କଣ ରହିଛି…

ପଣସକୁ ଲୋକମାନେ ବିଭିନ୍ନ ଉପାୟରେ ରୋଷେଇ କରି ଖାଇଥାନ୍ତି। ପଣସ କଠାକୁ ତରକାରୀ, ବରା ଓ  ଏହା ପାଚିଗଲେ ମଧ୍ୟ ଲୋକମାନେ ଏହାକୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଏହା ଯେମିତି ଖାଇବାକୁ ଭଲ ଲାଗିଥାଏ ସେହିପରି ଶରୀର ପାଇଁ ମଧ୍ୟ ବେଶ ହିତକର ହୋଇଥାଏ। ଏଥିରେ ଭିଟାମିନ୍-ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ଭିଟାମିନ-ଇ, କାର୍ବୋହାଇଡ୍ରେଟ୍ସ୍, ସେଲେନିୟମ୍ ଓ ପୋଟାସିୟମ୍ ଏଥିରେ ପ୍ରଚୁର ମାତ୍ରାରେ ଅଛି।  ତେବେ ଆସନ୍ତୁ ଜାଣିବା ପଣସରେ ଥିବା କଣ କଣ ଔଷଧୀୟ ଗୁଣ ରହିଛି।

ପଣସରେ ଥିବା ଭିଟାମିନ୍ ‘ସି’  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ପଣସରେ ଥିବା କ୍ୟାଲ୍‌ସିୟମ୍ ଓ ମ୍ୟାଗ୍ନେସିୟମ ହାଡ଼କୁ ମଜଭୂତ କରିଥାଏ।

ପଣସରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଓ ହୃଦରୋଗ ଜନିତ ସମସ୍ୟାରୁ ମଧ୍ୟ ଦୁରେଇ ରଖିଥାଏ।

ପଣସ ଖାଇବା ଦ୍ୱାରା ଆମ ଚେହେରା ସୌନ୍ଦର୍ଯ୍ୟ  ହେବା ସହ କେଶ ମଧ୍ୟ ଘନ ହୋଇଥାଏ।

ଏଥିରେ ଥିବା ଆଇରନ୍ ଏନିମିଆ ଓ ଅଲସର୍ ପରି ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ ରଖିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।