You are currently viewing ବର୍ଷା ଦିନେ ଘରେରହି ଟମାଟୋ ସୁପର ମଜା ନିଅନ୍ତୁ ଓ ତାର ଉପକାର ସମ୍ପର୍କରେ ଜାଣନ୍ତୁ…

ବର୍ଷା ଦିନେ ଘରେରହି ଟମାଟୋ ସୁପର ମଜା ନିଅନ୍ତୁ ଓ ତାର ଉପକାର ସମ୍ପର୍କରେ ଜାଣନ୍ତୁ…

ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ହେଉ ସବୁଠି ସୁପ୍ କୁ ଷ୍ଟାଟର ମେନୁ ଭାବେ ଗ୍ରହଣ କରିଥାନ୍ତି। ଅନେକଙ୍କ ପସନ୍ଦ ସୁପ ହୋଇଥାଏ। ବର୍ଷା ଦିନ ହେଉ କିମ୍ବା ଶୀତ ଦିନ ଅନେକ ଲୋକ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଏବେ କରୋନା ସମୟ ଚାଲିଛି। ଉଷୁମ ଖାଦ୍ୟ ସମସ୍ତେ ଖାଉଛନ୍ତି। ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏସବୁ ସମୟରେ ଘରେ ରହି ସହଜ ଓ ସରଳ ଉପାୟରେ ଟମାଟୋ ସୁପ ପ୍ରସ୍ତୁତ କରି, ତାହାର ମଜା ନିଅନ୍ତୁ। ଟମାଟୋ ମଧ୍ୟ ଅତି ସହଜରେ ବଜାରରେ ମିଳିଯାଇଥାଏ।

ଏହି ସୁପ୍‌ କୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି।  ଟମାଟୋ ସୁପ୍‌ ସ୍ୱାଦରେ ଯେମିତି, ଦେହ ପାଇଁ ମଧ୍ୟ ବହୁତୁ ଉପକାରୀ ହୋଇଥାଏ। ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ।

ଯଦି ଛୋଟ ପିଲାଙ୍କ ପେଟରେ କୃମି ହୋଇଥାଏ ତେବେ ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପ୍‌ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ। ଏହା ପିଇବା ଦ୍ୱାରା କୃମି ସମସ୍ୟା ଦୂର ହୋଇଥାଏ।

ଟମାଟୋ ସୁପ୍‌ରେ ଥିବା ସିଲେନି୍ୟମ୍ ଯୋଗୁ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଟମାଟୋ ସୁପ୍‌ରେ ଭିଟାମିନ ବି’ ଓ ପୋଟାସି୍ଅମ୍‌ ଥାଏ, ଯାହା ଆମ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଗର୍ଭବତୀ ମହିଳା ମଧ୍ୟ ଟମାଟୋ ସୁପ୍ ପିଇବା ଦ୍ୱାରା ସେଥିରେ ଥିବା ଭିଟାମିନ ସି’ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ, ଉଭୟଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

ସପ୍ତାହକୁ ଯୋଉଁମାନେ ୪ ରୁ ୫ ଥର ଟମାଟୋ ସୁପ୍‌ ପିଅନ୍ତି, ସୋମାନଙ୍କୁ କ୍ୟାନ୍‌ସର ହେବାର ଆଶଙ୍କା ମଧ୍ୟ କମ୍‌ ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।