You are currently viewing ବ୍ୟସ୍ତବହୁଳ ଜୀବନରେ କେମିତି ଦୂର କରିବେ ଥକାପଣ ଜାଣନ୍ତୁ…

ବ୍ୟସ୍ତବହୁଳ ଜୀବନରେ କେମିତି ଦୂର କରିବେ ଥକାପଣ ଜାଣନ୍ତୁ…

ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଧିକ କାମ ପ୍ରେସରରେ ରହୁଛନ୍ତି। ତେଣୁ ଖୁବଶୀଘ୍ର ଥକା ପଣ ଅନୁଭବ କରୁଛନ୍ତି। ଯଦି ଆପଣବି ସେମିତି କିଛି ଅନୁଭବ କରୁଛନ୍ତି, ତେବେ ଏହାକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ… ଦହିରେ କାର୍ବୋହାଇଡ୍ରେଟ ଓ ପ୍ରୋଟିନର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଦହି ସେବନ କରିବା ଦ୍ୱାରା ଶରୀରରୁ ଥକାପଣ ଓ ଆଳସ୍ୟ ଦୂର ହୋଇଥାଏ। ତେଣୁ ଖାଦ୍ୟରେ ଅଳ୍ପ ମାତ୍ରାରେ ଦହି ଖାଆନ୍ତୁ।

ଶରୀରରୁ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ ପାନ ମଧୁରୀ । ଏଥିରେ ଆଇରନ, କ୍ୟାଲସିୟମ, ସୋଡିୟମ ଏବଂ ପୋଟାସିୟମର ମାତ୍ରା ଅଧିକ ଥାଏ । ଅନେକ ସମୟରେ ଦେଖିଥିବେ କାର୍ଯ୍ୟାଳୟରେ କର୍ମଚାରୀ ଚକୋଲେଟ୍ ଖାଇଥାନ୍ତି। କାରଣ କୋକୋ ପାଉଡରରୁ ଚକୋଲେଟ ତିଆରି ହୋଇଥାଏ।

ଏଣୁ ଏଥିରେ ପ୍ରୋଟିନର ପରିମାଣ ଅଧିକ ରହିଥାଏ। ଚକୋଲେଟ ଖାଇବା ଦ୍ୱାରା ଶରୀରର ଥକାପଣ ଦୂର ହେବା ସହ ମସଲ୍ସ ରିଲାକ୍ସ ହୋଇଥାଏ। ମୁଡକୁ ରିଫ୍ରେସ କରିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ଶରୀରରେ ପାଣିର ଅଭାବ ଦ୍ୱାରା ମଧ୍ୟ ହାଲିଆ ଅନୁଭବ ହୋଇଥାଏ । ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଇବା ସହିତ ଫଳ ଜୁସ କିମ୍ବା ପଇଡ ପାଣିର ସେବନ କରିବା ଶରୀର ପାଇଁ ଭଲ।

ଅନ୍ୟମାନଙ୍କୁ ଜଣାନ୍ତୁ।