You are currently viewing ଏମିତି କିଛି ଭୁଲ କରନ୍ତୁ ନାହିଁ ଯାହା ଜୀବନକୁ ନଷ୍ଟ କରିଦେଇଥାଏ

ଏମିତି କିଛି ଭୁଲ କରନ୍ତୁ ନାହିଁ ଯାହା ଜୀବନକୁ ନଷ୍ଟ କରିଦେଇଥାଏ

ଚାଣକ୍ୟ ହେଉଛନ୍ତି ଆମ ଦେଶର ଏକ ମହାନ ବିଦ୍ୱାନ । ସେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ନିଜ ବୁଦ୍ଧି, ଦକ୍ଷତାର ଶକ୍ତି ଦ୍ୱାରା ଭାରତୀୟ ଇତିହାସର ଗତି ବଦଳାଇ ଦେଇଥିଲେ । ଚାଣକ୍ୟ ଏକ ପୁସ୍ତକ ଲେଖିଲେ ଯାହା ‘ଚାଣକ୍ୟ ନୀତି ଶାସ୍ତ୍ର’ ନାମରେ ନାମିତ । ଏହି ଶାସ୍ତ୍ର ବଞ୍ଚିବାକୁ ଠିକ୍ ମାର୍ଗ ଦର୍ଶନ କରାଇଥାଏ । ଚାଣକ୍ୟଙ୍କ ନୀତିବାଣୀ ଜୀବନକୁ ସଠିକ୍ ମାର୍ଗରେ ନେବାରେ ସାହାର‌୍ୟ୍ୟ କରିଥାଏ । ଚାଣକ୍ୟ ଏହି ନିତୀବାଣୀରେ ବହୁତ କିଛି ଲେଖିଥିଲେ ଯାହାର ଗଭୀରତାକୁ ବୁଝିପାରିଲେ ଏହା ଜୀବନରେ ଏକ ଅର୍ଥପୂର୍ଣ୍ଣ ମୋଡ ଦେଇଥାଏ ।
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଲେଖିଛନ୍ତି ଯେ, ମନୁଷ୍ୟର ଗୋଟିଏ ତ୍ରୁଟି ତା’ର ସମସ୍ତ ଭଲ ଗୁଣକୁ ନଷ୍ଟ କରିପାରେ । ଜୀବନରେ ଅନେକ ଉଦାହରଣ ଦେଖାଯାଏ ଯେତେବେଳେ ଲୋକମାନେ, ସୁଖ, ସୁବିଧା ଏବଂ ଧନ ସତ୍ତ୍ୱେ ଏପରି କିଛି ଭୁଲ କରିଦେଇଥାଏ । ଯାହା ସେମାନଙ୍କ ସ୍ୱର୍ଗ ପରି ଜୀବନକୁ ନର୍କରେ ପରିଣତ କରିଦେଇଥାଏ । ଏହାର କାରଣ ହେଉଛି ମନୁଷ୍ୟର ଗୋଟିଏ ଭୁଲ । ଯଦିଓ ବ୍ୟକ୍ତି ପାଖରେ ଅନେକ ଭଲଗୁଣ ଅଛି, ଭଲ ଆଚରଣ ଅଛି, ବ୍ୟକ୍ତି ଜଣକ ଦୟାଳୁ, କର୍ମୀ ହୋଇଥାଏ କିମ୍ବା ଧନୀ ହୋଇଥାଏ ପରେ ବି ଗୋଟିଏ ଭୁଲ ଜୀବନକୁ ନର୍କ କରିଦେଇଥାଏ ।
ମନୁଷ୍ୟର ସମାଜରେ ବହୁତ ସମ୍ମାନ ଥାଏ କିନ୍ତୁ ଯଦି କିଛିି ଖରାପ ଗୁଣ ଯେପରି କି, ସେ ମଦ୍ୟପାନ କରୁଥାଏ, ସମସ୍ତଙ୍କ ଅପମାନ କରୁଥାଏ , ଗର୍ବୀ କିମ୍ବା ଜୁଆ ଖେଳୁଥାଏ ତେବେ ତାର ଜୀବନ ନର୍କ ହୋଇଯାଇଥାଏ । ତେଣୁ ମନୁଷ୍ୟ ପ୍ରଥମେ ନିଜକୁ ଦେଖିବା ଉଚିତ କି, ତା ପାଖେ କୌଣସି ତ୍ରୁଟି ଅଛି କି ନାହିଁ । ଯଦି ଥାଏ ତେବେ ତାକୁ ପ୍ରଥମେ ପରିତ୍ୟାଗ କରନ୍ତୁ । ନଚେତ ସମାଜରେ ଥିବା ସମ୍ମାନକୁ ହରାଇ ବସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।