You are currently viewing ରୋଷେଇଘରେ ଏଭଳି ପରିବା ରଖନ୍ତୁ, ଯାହା କରୋନା ସମୟରେ   ପ୍ରତିଷେଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିବ…

ରୋଷେଇଘରେ ଏଭଳି ପରିବା ରଖନ୍ତୁ, ଯାହା କରୋନା ସମୟରେ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିବ…

କରୋନା ସମୟରେ ଇମ୍ୟୁନିଟି ପାୱାରକୁ ବୃଦ୍ଧି କରିବାକୁ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । ଏବେ ସମସ୍ତେ ନିଜ ନିଜ ଇମ୍ୟୁନିଟି ବଢ଼ାଇବା ନିମନ୍ତେ ଅନେକ ଉପାୟ ଆପଣଉଛନ୍ତି । ଏହି ସମୟରେ ଆପଣଙ୍କୁ ଏପରି ଖାଦ୍ୟ ଖାଇବାକୁ ପଡିବ, ଯେଉଁଥିରେ ପୋଟାସିୟମ ଆଇରନ୍ ଓ ମାଗ୍ନେସିୟମରୁ ପୋଷକ ତତ୍ୱ ମିଳିପାରିବ । ବାହାରୁ ମେଡିସିନ କିଣି ଖାଇବା ଅପେକ୍ଷା ନିଜ ରୋଷେଇ ଘରେ ଏଭଳି ପାରିବ ରଖନ୍ତୁ, ଯାହା ଆପଣକୁ ତରକାରୀ ଯୋଗାଇଦେବା ସହ କରୋନା ସମୟରେ ଅନେକ ଫାଇଦା ମଧ୍ୟ ଦେବ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।

୧-ସବୁଜ ବିନ୍ସରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ ଆଇରନ୍ ରହିଛି । ଏହି ଉପାଦାନଗୁଡିକ ହାଡକୁ ମଜଭୁତ କରିବା ପାଇଁ ସହାୟକ ହେବ । ଏହାକୁ ଖାଇବା ଦ୍ୱାରା ରକ୍ତର ଉତ୍ପାଦନ ବୃଦ୍ଧି ହେବା ସହ ହିମୋଗ୍ଲୋବିନ ପରିମାଣ ବୃଦ୍ଧି ପାଇଥାଏ । ଏଥିରୁ ଭରପୂର ମାତ୍ରାରେ ଆଇରନ୍ ମିଳିଥାଏ ।

୨-କଲରାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏହା ପିତା ଲାଗିଥାଏ ସତ, କିନ୍ତୁ ପିତା ପନିପରିବା ହିଁ ରକ୍ତକୁ ସଫା କରିବାରେ ସାହାର୍ଯ୍ୟ କରିଥାନ୍ତି । ମଧୁମେହ ରୋଗୀ ସର୍ବଦା କଲରା ଖାଇବା ଉଚିତ୍ ।

୩-ମୂଳା ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ଏହା ସାହାର୍ଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।