ହାଣ୍ଡିଶାଳେ ନୟାଗଡ଼ ଛେନାପୋଡ଼ର ମଜା ନିଅନ୍ତୁ

ଆମ ଓଡ଼ିଶା ଖାଦ୍ୟର ଚାହିଦା ଦେଶ ବିଦେଶରେ ବେଶ ଖ୍ୟାତି ରହିବା ସହିତ ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ଏମିତିରେ ଓଡ଼ିଶାରେ ବାର ମାସରେ ତେର ପର୍ବ ପଳିତ ହୋଇଥାଏ । ସାଧାରନତଃ ଆମ ଓଡ଼ିଶାର ଲୋକମାନେ ପର୍ବପର୍ବାଣୀ ପିଠାପଣା ସହ ମିଠା ଖାଦ୍ୟ ବନେଇ ଖାଇବା ପାଇଁ ହେଉ କିମ୍ବା ବନ୍ଧୁ ଘରକୁ ଦେବା ପାଇଁ ପସନ୍ଦ କରିଥାନ୍ତି । ଓଡ଼ିଶାରେ ସେମିତି ପତ୍ୟେକ ଜିଲ୍ଲାରେ ମଧ୍ୟ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ପରିଚୟ ରହିଛି । ସେଥି ମଧ୍ୟରୁ ନୟାଗଡ଼ ଜିଲ୍ଲା ଛେନାପୋଡ଼ ମିଠା ପାଇଁ ପ୍ରସିଦ୍ଧ ଅଟେ । ତେବେ ଘରେ ତିଆରି କରନ୍ତୁ ନୟାଗଡ଼ ଛେନାପୋଡ଼ ।


ଛେନାପୋଡ଼ ପାଇଁ ଆବଶ୍ୟକ ସାମଗ୍ରୀ :-୧.ଦେଢ ଲିଟର କ୍ଷୀର ୨.ଭିନେଗାର କିମ୍ବା ଲେମ୍ବୁ ରସ ଅଳ୍ପ ୩.ଗୋଟେ କପ୍ ଚିନି ୪.ତିନି ଚାମଚ ସୁଜି ୫.୨ଚାମଚ ଘିଅ ୬.ଅଳ୍ପ କାଜୁ ୭.ଅଳ୍ପ ଗୁଜୁରାତି ଗୁଣ୍ଢ , ଆପଣ ଚାହିଁଲେ କିସ୍‌ମିସ୍ ଅଳ୍ପ ବ୍ୟବହାର କରି ପାରିବେ ।


ଘରେ ପ୍ରସ୍ତୁତି ପ୍ରଣାଳୀ :- ପ୍ରଥମେ ଦେଢ ଲିଟର କ୍ଷୀର ଗରମ କରି ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ମିଶେଇ ଗୋଟେ ଚାମଚରେ ଗୋଳେଇ ଦେବା ପରେ ଅଳ୍ପ ଗରମ କରି ଦେବେ । ତାପରେ ସେହି ଗରମ ଛେନାକୁ ଅନ୍ୟ ଏକ ବାସନକୁ ଛାଣି ଦେବେ । ତେବେ ସେହି ଗରମ ଛେନା କୁ କିଛି ସମୟ ପାଇଁ ଥଣ୍ଡା କରିଦେବା । ଯେଉଁ ଛେନାପାଣି ବାହାରିଛି ସେଥିରୁ ୩ରୁ୪ ଚାମଚ ଛେନା ପାଣି କାଡ଼ି ବାହାର କରି ରଖିବା ।

ତେବେ ଆଗରୁ ଥିବା ଥଣ୍ଡା ଛେନାରେ ଚିନି,ସୁଜି,ଘିଅ,ଗୁଣ୍ଡ ଗୁଜୁରାତି,କାଜୁ ଏବଂ ରଖିଥିବା ଛେନାପାଣି ସବୁକୁ ଭଲ ଭାବେ ମିଶେଇ ଦେବେ । ଗୋଟେ ବାସନର ଭିତରେ ଭଲରେ ଘିଅ ଲଗେଇ ଆଗରୁ ରଖିଥିବା ଛେନାକୁ ସେଥିରେ ଢାଳି ଗୋଟେ ଦେଢ କପ୍ ଲୁଣ ଗରମ୍ କଢେଇ ଉପରେ ସେଇ ଛେନା ବାସନକୁ ରଖି ଗୋଟେ ପ୍ଲେଟ୍ ଘୋଡ଼େଇ ଦେବା କିଛି ସମୟ ପରେ ଛେନାପୋଡ଼କୁ ଥଣ୍ଡା ହେବାପାଇଁ ଦେବା ତାପରେ ଗୋଟେ ପ୍ଲେଟ୍ କୁ ବାହାର କରିଦେବା । ଏଥର ପ୍ରସ୍ତୁତ ହୋଇଯିବ ନୟାଗଡ଼ ଛେନାପୋଡ଼ ।

Leave A Reply

Your email address will not be published.