କିଛି ଦିନ ତଳେ ଦିଲ୍ଲୀର ଜଣେ ମହିଳା ରହସ୍ୟମୟ ଭାବେ ହଜିଯାଇଥିଲେ । କିନ୍ତୁ ସେ ଏବେ ଘରକୁ ଫେରିଆସିଛନ୍ତି । ପୋଲିସ୍ର ସୂଚନା ଅନୁସାରେ, ସେ ନିଜର ରାଗି ପତିଙ୍କ ଠାରୁ ବଞ୍ଚିବାକୁ ଚାହୁଁଥିଲେ । ସେଥିପାଇଁ ଆମ୍ବୁଲାନସ୍ର ସାହାର୍ଯ୍ୟ ନେଇ ବାଙ୍ଗାଲୋର ଚାଲିଆସିଥିଲେ । ଗୁରବାର ଦିନ ଏହି ମହିଳା ଜଣକ ନୂଆଦିଲ୍ଲୀରୁ ବାଙ୍ଗାଲୋର୍କୁ ଆସିଥିଲେ । ମହିଳା ଏବଂ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ମିଶି ଏକ ଆମ୍ବୁଲାନସ୍କୁ ଭଡାରେ ନେଇ ଏହି ଯୋଜନା ପ୍ରସ୍ତୁତ କରିଥିଲେ । ମହିଳା ଜଣକ କହିଥିଲେ ଯେ ତାଙ୍କୁ ତାଙ୍କ ପତି ଙ୍କ ସହ ରହିବାକୁ ଡର ଲାଗୁଥିଲା । କାରଣ ତାଙ୍କର ସ୍ୱାମୀ ଏବଂ ସ୍ୱାମୀଙ୍କ ଭାଇ ଦୁହେଁ ମିଶି ତାଙ୍କୁ ମାରୁଥିଲେ । ମହିଳା କହିଥିଲେ ଯେ, ତାଙ୍କ ସହ ଏପରି ବ୍ୟବହାର ପୂର୍ବ ୭ ମାସରୁ ହୋଇଆସୁଥିଲା । ମହିଳା ଜଣକ ୨ଜଣ ବିହାରର ଲୋକଙ୍କୁ ଭଡାରେ ନେଇଥିଲେ ଏବଂ ଆମ୍ବୁଲାନସ୍ କୁ ଭଡା ଦେଇଥିଲେ ଏବଂ ବଳିଥିବା ଟଙ୍କାରେ ପିପିଇ କିଟ୍ କିଣିଥିଲେ । ୪ ସେପ୍ଟେମ୍ବରକୁ ମହିଳାଙ୍କ ନିଖୋଜ୍ ହେବାର ଖବର ପ୍ରସାରଣ ହୋଇଥିଲା । ଖବର ଦେଖିବା ପରେ ମହିଳା ଜଣକ ନିଜେ ଇନ୍ସ୍ପେକ୍ଟର ରବିଶଙ୍କରଙ୍କୁ ଫୋନ କରି କହିଥିଲେ ଯେ, ସେ ସ୍ୱ ଇଚ୍ଛାରେ ଘର ଛାଡି ଆସିଛନ୍ତି । ବଡ଼ କଥା ହେଲା ଏତେ ସବୁ ପରେ ମଧ୍ୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି ଏଫ୍ ଆଇ ଆର୍ ଦାଖଲ କରିନାହାନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ